Sun. Oct 18th, 2026

ବେଆଇନ କୋଇଲା ଚାଲାଣକାରୀ ଟ୍ରକ ଜବତ, ୪ ଗିରଫ

281 Views

ସମ୍ବଲପୁର: ହିଙ୍ଗୁଳାସ୍ଥିତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିରୁ ୧୨ ଟନ ଚୋରା କୋଇଲା ନେଇ ହୀରାକୁଦ ଯାଉଥିବା ଏକ ଟ୍ରକକୁ ଆଜି ଅଇଁଠାପାଲି ପୁଲିସ ଜବତ କରିଛି। ଏହି ଟ୍ରକ ଓ କୋଇଲା ଚାଲାଣର କୌଣସି ଦସ୍ତାବିଜ ନଥିବା ପୁଲିସ ଜାଣିବାକୁ ପାଇଥିଲା। ଏନେଇ ପୁଲିସ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଟ୍ରକ୍‌ ଡ୍ରାଇଭର ଅନୁପମ ସାହୁ(୨୫),ଅନୁଗୁଳ ଜିଲ୍ଲା କଣିହାଁର ହେଲପର ବାପୁନ ସାମଲ(୨୦), ଟ୍ରକ ମାଲିକ ଉମାକାନ୍ତ ସାମଲ(୩୩)ଓ ସହଯୋଗୀ ଆରତ ବେହେରା(୩୫)କୁ ପୁଲିସ ଗିରଫ କରିଛି। ଏହାସହ ଆରତ ଚଳାଉଥିବା ଏକ ବୋଲେରୋକୁ ମଧ୍ୟ ପୁଲିସ ଜବତ କରିଛି। ଅଇଁଠାପାଲି ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ, ମାମଲାର ତଦନ୍ତ କରୁଛି।

By amfnews

Related Post