Fri. Jul 3rd, 2026

ବୁଲିବାକୁ ଯାଇଥିବା ସମୟରେ ଆଇଏଏସ୍‌ ଅଫିସରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଲୁଟ

326 Views

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଆଇଏଏସ୍‌ଙ୍କ ସରକାରୀ ବାସଭବନରୁ ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଚୋରି ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ନୟାପଲ୍ଲୀ ଥାନାରେ ଆଇଏଏସ୍‌ଙ୍କ ସରକାରୀ ବାସଭବନର ସିକ୍ୟୁରିଟି ଗାର୍ଡକୁ ଅଟକ ରଖି ପଚାରଉଚରା ଜାରି ରଖିଛି।

ସୂଚନାଯୋଗ୍ୟ, ନୟାପଲ୍ଲୀସ୍ଥିତ ଆଇଏଏସ୍‌ ଅଫିସର ପ୍ରଣବଜ୍ୟୋତି ନାଥ ତାଙ୍କ ପରିବାର ସହିତ ବୁଲିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ପ୍ରଣବଜ୍ୟୋତି ନାଥଙ୍କ ଘରେ ପଶି ୫ଲକ୍ଷ ଟଙ୍କା ଓ ୭ଭରି ସୁନା ଅଳଙ୍କାର ଲୁଟ କରି ନେଇଥିଲେ। ଗତ ୨୧ ତାରିଖରେ ପ୍ରଣବଜ୍ୟୋତି ନାଥ ଘରେ ପହଞ୍ଚି ଏହି ଚୋରି ଘଟଣା ସମ୍ପର୍କରେ ଖବର ପାଇଥିଲେ। ଏହାପରେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷାକର୍ମୀ ଓ ସେଠାରେ ଥିବା କେତେଜଣ କର୍ମଚାରୀ ଏହି ଚୋରି ଘଟଣାରେ ସମ୍ପୃକ୍ତି ଥିବା ନେଇ ପଚରାଉଚରା କରିଥିଲା। ଏଥିରେ ସନ୍ତୋଷଜନକ ଉତ୍ତର ନପାଇବାରୁ ପୁଲିସ ୨ ସୁରକ୍ଷାକର୍ମୀଙ୍କ ଲାଇ-ଡିଟେକ୍ସନ ଟେଷ୍ଟ କରିବା ସହିତ ତଦନ୍ତ ଚାଲିଛି ବୋଲି ଜଣାପଡ଼ିଛି।

By amfnews

Related Post