Sun. Oct 4th, 2026

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ କରୋନା ସଂକ୍ରମିତ

384 Views

ପାଟଣା, ଡିସେମ୍ବର ୧୪ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ହମ୍ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଞ୍ଝୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ନିଜେ ଟ୍ବିଟ୍ କରି କରୋନା ପଜିଟିଭ ହେବାର ସୂଚନା ଦେଇଛନ୍ତି।

ମାଞ୍ଝୀ ଲେଖିଛନ୍ତି ଯେ, ସେ ତାଙ୍କର କରୋନା ଟେଷ୍ଟ୍ କରାଇଛନ୍ତି ଯାହାର ରିପୋର୍ଟ ପଜିଟିଭ ଆସିଛି । ଗତ ୧ ସପ୍ତାହ ମଧ୍ୟରେ ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜ କରୋନା ଟେଷ୍ଟ୍ କରାଇ ନିଅନ୍ତୁ।’

ସୂଚନାଯୋଗ୍ୟ, ବିହାରରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ମାମଲା ଅଧିକ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଥିବାର ଲକ୍ଷ୍ୟ କରାଯାଇଛି । ସେଠାରେ ୫୧୮୯ ସକ୍ରିୟ କରୋନା ରୋଗୀ ଅଛନ୍ତି ଯେଉଁମାନଙ୍କର ପାଟନା ସମେତ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

By amfnews

Related Post