Mon. Aug 17th, 2026

ବିହାର: ସିଟ୍‌ବେଲ୍‌ଟ ନପିନ୍ଧି ଗାଡ଼ି ଚଳାଉଥିବାରୁ ଟ୍ରାଫିକ୍‌ ପୁଲିସ୍‌ ଅଧିକାରୀଙ୍କୁ ଘେରିଲେ ସାଧାରଣ ଜନତା

203 Views

ମୁଜାଫର୍‌ନଗର  : ସାଧାରଣ ଜନତାଙ୍କ ପାଇଁ କ’ଣ ଖାଲି ନିୟମ! ନିୟମ ସମସ୍ତଙ୍କ ପାଇଁ। ନୂଆ ଟ୍ରାଫିକ୍‌ ନିୟମ ଲାଗୁ ପରେ ଟ୍ରାଫିକ୍‌ ପୁଲିସ୍‌ ଅନେକ ଗାଡ଼ି ଚାଳକଙ୍କୁ ଧରିଥିବା ବେଳେ ଉତ୍ତରପ୍ରଦେଶର କିିଛି ଜନତା ମିଶି ଜଣେ ଟ୍ରାଫିକ୍‌ ପୁଲିସ୍‌ ଅଧିକାରୀଙ୍କୁ ନିୟମ ଉଲ୍ଲଂଘନ କରୁଥିବା ବେଳେ ଧରିଛନ୍ତି। ପୁଲିସ୍‌ ଅଧିକାରୀ ଜଣକ ସିଟ୍‌ ବେଲ୍‌ଟ ନପିନ୍ଧି ଗାଡ଼ି ଚଳାଉଥିବା ହେତୁ ତାଙ୍କୁ ଲୋକେ ଧରି ଜରିମାନା ଦାବି କରିଥିବା ଜାଣିବାକୁ ମିଳିଛି।

ଉଲ୍ଲଂଘନକାରୀ ଜଣଙ୍କୁ ମୁଜାଫର୍‌ନଗର ବଜାରର ଉପରେ ଶୁକ୍ରବାର ଲୋକମାନେ ଅଟକାଇ ସିଟ୍‌ ବେଲ୍‌ଟ ପିନ୍ଧିନଥିବା ହେତୁ ଜରିମାନା ଦାବି କରିଥିଲେ। ଅଧିକାରୀ ଦିବ୍ୟ ପ୍ରକାଶ ଜନତାଙ୍କ କଥା ନମାନିବାରୁ ଲୋକମାନେ ତାଙ୍କ ଗାଡ଼ି ଘୋଷାରାଟଣା କରିଥିଲେ। ଦିବ୍ୟ ପ୍ରକାଶ ଭୟରେ ଗାଡ଼ି ବାହାରକୁ ବାହାରିନଥିଲେ। ପରେ ସେ ଗାଡ଼ି ନେଇ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ଏହି ସମସ୍ତ ଘଟଣା କ୍ୟାମେରାରେ ରେକର୍ଡ ହୋଇଛି। ଏପରି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶର ଜଣେ ପୁଲିସ୍‌ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବା ବେଳେ ଜରିମାନା ଦାବି କରିଥିଲେ ସାଧାରଣ ଜନତା।

By amfnews

Related Post