Sat. Jun 13th, 2026
181 Views

ଜୟପୁର : ଜୟପୁରରୁ ଆଜି ସକାଳେ ଏକ ବିସ୍ଫୋରକ ବୋଝେଇ ଟ୍ରକ  ଜବତ ହୋଇଛି।  ଟାଉନ୍ ଥାନା ପୁଲିସ୍‌ ଏହି ଟ୍ରକ୍‌ ଜବତ କରିଛି। ଏହା ହାଇଦ୍ରାବାଦରୁ ମାଲକାନଗିରି ଯାଉଥିବା ସୂଚନା ମିଳିଛି ।  ଟ୍ରକ୍‌ରେ ବିସ୍ଫୋରକ ଥିବାରୁ ସନ୍ଦେହରେ ଜବତ କରିଛି ପୁଲିସ୍‌। ଟ୍ରକ୍‌ ଡ୍ରାଇଭର ଓ ହେଲପରକୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚୁରା କରୁଛନ୍ତି ଜୟପୁର ଟାଉନ ଥାନା ଆଇଆଇସି।

ମାଲକାନଗିରି ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ସେଠାକୁ କ’ଣ ପାଇଁ ଏତେ ବିସ୍ଫୋରକ ଯାଉଥିଲା ତାହା ସ୍ପଷ୍ଟ ହୋଇ ନାହିଁ। ଏହାର ଲାଇସେନ୍ସ ଅଛି କି ନାହିଁ ତାହାର ମଧ୍ୟ ତଦନ୍ତ କରୁଛି ପୁଲିସ୍‌। ବିକାଶମୂଳକ କାମରେ ବିସ୍ଫୋରକ ହୋଇଥିବା ବେଳେ ନକ୍ସଲମାନେ ହିଂସାପ୍ରବଣ କାର୍ଯ୍ୟରେ ମଧ୍ୟ ଏହାକୁ ବ୍ୟବହାର କରିଥାନ୍ତି।  ତେଣୁ ଏହା କଣ ପାଇଁ ଯାଉଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ।

By amfnews

Related Post