Mon. Sep 7th, 2026

ବିସିସିଆଇର ୩୯ତମ ସଭାପତି ହେବା ପରେ ଗାଙ୍ଗୁଲୀଙ୍କ ଉପରେ ମତ ରଖିଲେ ରବି ଶାସ୍ତ୍ରୀ

224 Views

ନୂଆଦିଲ୍ଳୀ: ବିସିସିଆଇର ୩୯ ସଭାପତି ହେବାର ପରଦିନ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରବି ଶାସ୍ତ୍ରୀ। ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି କି ଗାଙ୍ଗୁଲୀଙ୍କ ସଭାପତି ହେବା ଏହି ସୂଚନା ଦେଉଛି ଯେ ଭାରତୀୟ କ୍ରିକେଟ୍‌ ଠିକ୍‌ ଦିଗରେ ଗତି କରୁଛି।

ତେବେ ଏପଟେ ଗାଙ୍ଗୁଲୀ ସଭାପତି ହେବା ପରେ ଶାସ୍ତ୍ରୀଙ୍କୁ ହେଡ୍‌ କୋଚ୍‌ ପଦରୁ ହଟାଇବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି। ଶାସ୍ତ୍ରୀଙ୍କ ଅଧୀନରେ ଭାରତୀୟ ଦଳ ବେଶ ସୁରକ୍ଷିତ ବୋଲି ସେ ପ୍ରକାଶ କରିଛନ୍ତି।

ଗଣମାଧ୍ୟମରେ ମତ ଦେଇ ଶାସ୍ତ୍ରୀ କହିଛନ୍ତି, ‘ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀଙ୍କୁ ହୃଦୟରୁ ଅଭିନନ୍ଦନ। ତାଙ୍କ ନିଯୁକ୍ତି ଏହି ସଂକେତ ଦେଉଛି ଯେ ଭାରତୀୟ କ୍ରିକେଟ୍‌ ଦଳ ଉଚିତ ଦିଗକୁ ଗତି କରୁଛି।’

ବୁଧବାର ବିସିସିଆଇର ୩୯ ତମ ସଭାପତି ହେବା ପରେ ଗାଙ୍ଗୁଲୀ କହିଛନ୍ତି କି ଆଗାମୀ ୫ ବର୍ଷ ମଧ୍ୟରେ ବିସିସିଆଇ ଆଇସିସିରୁ ୩୭୨ ମିଲିୟନ୍‌ ଡଲାର ପାଇବାରେ ସମର୍ଥ ହୋଇଥିବ।

By amfnews

Related Post