Wed. Sep 23rd, 2026

ବିଶ୍ରାରେ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

441 Views

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି। ଆହୁରି ୪୮ ଘଣ୍ଟା ପାଇଁ ଏହି ଅବଧିକୁ ବଢ଼ାଇ ଦିଆଯାଇଛି। ଆଜି ଦିନ ୧୧ଟାରୁ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି।

ବିଶ୍ରା ବ୍ଲକରେ ଦୁଇ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ୧୨ ତାରିଖରେ ଏହାର କିଛି ଅଞ୍ଚଳକୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ପରେ୧୪ ତାରିଖରେ ଏହାର ଅବଧି ଆହୁରି  ୪୮ ଘଣ୍ଟା ବଢ଼ିଥିଲା।

ଏ ଅଞ୍ଚଳରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଥିଲା। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ ବୋଲି କୁହାଯାଇଥିଲା। ଏହି ଅବଧି ଆଜି ଶେଷ ହେଉଥିବା ବେଳେ ନୂଆ ନିର୍ଦ୍ଦେଶ ପ୍ରକାରେ ଏହା ଆହୁରି ୪୮ ଘଣ୍ଟା ପାଇଁ ରହିବ।

By amfnews

Related Post