Fri. Jun 12th, 2026

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କର ପରଲୋକ

192 Views

ବରଗଡ଼ : ସ୍ୱାଧୀନତା ସଂଗ୍ରାମୀଙ୍କ ଗାଆଁଭାବେ ପରିଚିତ ପାଣିମୋରା । ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ବ୍ଲକ୍‌ ଅଧିନରେ ଥିବା ପାଣିମୋରା ଗାଆଁର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କର ଆଜି ସକାଳ ସାଢ଼େ ୭ଟା ବେଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିବା ଜଣାଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଏକମାତ୍ର କନ୍ୟା ସ୍ୱରୂପା ନାୟକ ଉପସ୍ଥିତ ଥିବା ଜଣାଯାଇଛି।

ଆଜି ବରଗଡ଼ରେ ଥିବା ଏକ ଘରୋଇ ହସ୍ପିଟାଲରେ ଦୟାନିଧି ନାୟକ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ପ୍ରାୟ ଏକ ମାସ ହେବ ଅସୁସ୍ଥ ଥିଲେ। ଆଗରୁ ତାଙ୍କର ସ୍ୱର୍ଗତ ପତ୍ନୀ ଇହଧାମ ଛାଡ଼ି ଚାଲିଯାଇଥିଲେ। ସ୍ୱର୍ଗତ ଦୟାନିଧି ନାୟକ ବରଗଡ଼ ଜିଲ୍ଲାରେ ଗାନ୍ଧୀବାଦର ବ୍ୟାପକ ପ୍ରଚାର ପ୍ରସାର କରିଥିଲେ। ସେ ସର୍ବଦା ଗାନ୍ଧୀ ଟୋପି ପିନ୍ଧୁଥିଲେ। ସରକାର ତାଙ୍କୁ ମାସିକ ୩୫ ହଜାର ଟଙ୍କର ପେନ୍‌ସନ୍‌ ବ୍ୟବସ୍ଥା କରିଥିଲେ।

ତାଙ୍କର କୌଣସି ଅବସୋସ ନାହିଁ ବୋଲି ଦୟାନିଧି ନାୟକ ମୃତ୍ୟୁ ପୂର୍ବରୁ କହୁଥିଲେ। ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ ବିୟୋଗରେ କେବଳ ବରଗଡ଼ ଜିଲ୍ଲାରେ ନୁହେଁ ,ବରଂ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post