Tue. Aug 4th, 2026

ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦେଶକ ଜେ ଓମ୍‌ ପ୍ରକାଶଙ୍କ ପରଲୋକ

292 Views

ନୂଆଦିଲ୍ଲୀ: ବର୍ଷିୟାନ୍‌ ଚଳଚ୍ଚିତ୍ର ନିର୍ମାତା ଏବଂ ଋତ୍ୱିକ୍‌ ରୋଶନଙ୍କ ଅଜା ଜେ ଓମ୍‌ ପ୍ରକାଶ ବୁଧବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୩ ବର୍ଷ ହୋଇଥିଲା।

୧୯୭୪ ମସିହାରେ ଜେ ଓମ୍‌ ପ୍ରକାଶ ରାଜେଶ ଖାନ୍ନା ଏବଂ ମମ୍‌ତାଜ୍‌ ଅଭିନୀତ ‘ଆପ୍‌ କି କସମ୍‌’ ଚଳଚ୍ଚିତ୍ରରେ ସର୍ବପ୍ରଥମେ ନିର୍ଦେଶନା ଦେଇଥିଲେ। ଚଳଚ୍ଚିତ୍ରଟି ଖୁବ୍‌ ଜନପ୍ରିୟ ହୋଇଥିଲା। ତା’ପରେ ସେ ରାଜେଶ ଖାନ୍ନା ଅଭିନୀତ ‘ଆଖିର୍‌ କୁଁ୍ୟ’ ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିଲେ। ‘ଅପ୍‌ନାପନ୍‌’, ‘ଆଶା’, ‘ଅପ୍‌ନା ବନାଲୋ’, ‘ଅର୍ପଣ’, ‘ଆଦ୍‌ମି ଖିଲୋନା ହୈ’ ଆଦି ଚଳଚ୍ଚିତ୍ରର ନିର୍ମାଣରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ।

ଏହାଛଡ଼ା ‘ଆସ୍‌ କା ପନ୍‌ଛି’, ‘ଆୟି ମିଲନ୍‌ କି ବେଲା’, ‘ଆୟେ ଦିନ୍‌ ବାହାର୍‌ କେ’, ‘ଆୟା ସାଓ୍ଵନ୍‌ ଝୁମ୍‌କେ’, ‘ଆଖୋଁ ଆଖୋଁ ମେଁ’ ଏବଂ ‘ଆଖିର୍‌ କୁଁ୍ୟ’ ପ୍ରଭୃତି ଚଳଚ୍ଚିତ୍ରର ସେ ଥିଲେ ପ୍ରଯୋଜକ। ୧୯୯୫-୧୯୯୬ ଯାଏଁ ସେ ଫିଲ୍ମ ଫେଡେରେରେସନ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଥିଲେ।

ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ଅମିତାଭ ଏବଂ ପୁତ୍ର ଅଭିଷେକ ଆଜି ସକାଳେ ପ୍ରଥମେ ତାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇଥିଲେ।

By amfnews

Related Post