Sun. Sep 27th, 2026

ବିଳମ୍ବିତ ରାତିରେ ତାଲା କାଟି ଲୁଟ୍, ସିସିଟିଭିରେ କଏଦ ଚୋରି ଫୁଟେଜ

198 Views

ବାହାନଗା: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ବାରମ୍ବାର ଚୋରି ବଢି ଚାଲିଛି। ସ୍ଥାନୀୟ ଅଞ୍ଚଳରେ ଜଣେ ନିର୍ଦ୍ଦିଷ୍ଟ ଯୁବକ ଚୋରି କରୁଥିଲେ ବି ଆଜି ପର୍ଯ୍ୟନ୍ତ ପୁଲିସ ନିକଟରେ ଅପହଞ୍ଚ ରହିଛି।
ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ଦାସ ଚିକେନ ସେଣ୍ଟର ତାଲା କାଟି ଯୁବକଜଣକ ଡ୍ର ଖୋଲି ଟଙ୍କା ନେଇ ନିକଟସ୍ଥ ଏକ ତେଜରାତି ଦୋକାନର ତାଲା ଭାଙ୍ଗିଥିଲା। ତେବେ ସମ୍ପୂର୍ଣ୍ଣ ତାଲା କାଟିବାରେ ସଫଳ ନହେବାରୁ ନିକଟସ୍ଥ ହସ୍ପିଟାଲରେ କାର୍ଯ୍ୟରତ ଷ୍ଟାଫ ମମତା ବେହେରାଙ୍କ ଅନୁପସ୍ଥିତିରେ ତାଲା କାଟି ଘରେ ପଶି ଅଳଙ୍କାର, ଟଙ୍କା ସହ ଏକ ନୂଆ ଗ୍ଲାମର ବାଇକ ଚୋରି କରି ଅନ୍ଧାରରେ ଫେରାର ହୋଇଥିଲା। ତେବେ ଚିକେନ ସେଣ୍ଟର ତାଲା କାଟି ଦୋକାନ ଭିତରେ ପଶିବାର ସମସ୍ତ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି।

ଆଗରୁ ଚୋରି କରିଥିଲେ ବି ସିଧାସଳଖ କୌଣସି ପ୍ରମାଣ ପୁଲିସ ପାଖରେ ନଥିବା ବେଳେ ଗତ ରାତିରେ ହୋଇଥିବା ଚୋରିରେ ଯୁବକ ଜଣକ ଧରାପଡ଼ିଛି। ତେବେ ପୁଲିସ ତାକୁ ଗିରଫ କରିପାରୁଛି କି ନାହିଁ ଦେଖିବାକୁ ବାକି ରହିଲା। ପ୍ରକାଶ ଯୋଗ୍ୟ, ଯୁବକଙ୍କ ବାପା ମା ଗୋପାଳପୁର ହସ୍ପିଟାଲରେ ଚାକିରି କରୁଥିବା ବେଳେ ଯୁବକଙ୍କ ନାମ ବାପୁ ବୋଲି ଜଣାପଡ଼ିଛି।

By amfnews

Related Post