Sat. Oct 17th, 2026

ବିଲରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ; ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

277 Views

ନବରଙ୍ଗପୁର : ରାଜ୍ୟରେ ପୁଣି ଲଜ୍ଜା। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ପରେ ଜଣେ ନାବାଳିକାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିଲ ମଝିରୁ ଝିଅଟିର ମୃତଦେହ ମିଳିଥିବା ବେଳେ ସେଠାରେ ପୁରୁଷ ଲୋକଙ୍କର ଦୁଇଟି ପ୍ୟାଣ୍ଟ ଓ ଚପଲ ମଧ୍ୟ ପଡ଼ିଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ୧୬ ବର୍ଷର ଏହି ଝିଅ ଜଣଙ୍କ ଗତକାଲି ରାତିରେ ପରିସ୍ରା କରିବାକୁ ଘରୁ ବାହାରକୁ ଯାଇଥିଲେ। ଆଉ ତା’ପରେ ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ଠାବ କରାଯିବା ପରେ ତାଙ୍କୁ ଦୁଷ୍କର୍ମ କରି ମାରି ଦିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ଘଟଣା ସମ୍ପର୍କରେ କିଛି କୁହାଯାଇପାରିବ ବୋଲି ପୁଲିସ୍ କହିଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

By amfnews

Related Post