Sun. Oct 18th, 2026

ବିମାନ ଦୁର୍ଘଟଣାଗ୍ରସ୍ତ; ୧୮୦ ଯାତ୍ରୀ ଥିଲେ

213 Views

ନୂଆଦିଲ୍ଲୀ: ଆମେରିକା ଓ ଇରାନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଇରାନ୍‌ର ରାଜଧାନୀ ତେହରାନ୍‌ ସ୍ଥିତ ଇମାମ୍ ଖୁମୈନୀ ବିମାନବନ୍ଦର ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ଏହି ବୋଇଂ ୭୩୭ ବିମାନଟି ୟୁକ୍ରେନ୍‌ ଇଣ୍ଟରନ୍ୟାସ୍‌ନାଲ୍ ଏୟାରଲାଇନ୍ସର। ଏଥିରେ ୧୮୦ ଜଣ ଯାତ୍ରୀ ଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏନେଇ ଅଧିକ ସୂଚନା ମିଳିପାରି ନାହିଁ। ତେବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ଇମାମ୍ ଖୁମୈନୀ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବେଳେ ବିମାନଟି ୭୯୦୦ ଫୁଟ୍ ଉଚ୍ଚରେ ଉଡ଼ୁଥିଲା।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ପୂର୍ବରୁ ଇରାକ୍‌ରେ ଥିବା ଆମେରିକା ସେନାର ଛାଉଣୀଗୁଡ଼ିକ ଉପରେ ଇରାନ୍‌ ମିସାଇଲ୍‌ରେ ଆକ୍ରମଣ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଇରାନ୍ ୧୨ରୁ ଅଧିକ ମିସାଇଲ୍ ମାଡ଼ କରିଥିଲା। ଇରାକ୍‌ର ଅଲ୍ ଅସଦ୍‌ର ଯେଉଁ ସ୍ଥାନରେ ଇରାନ୍ ମିସାଇଲ୍ ମାଡ଼ କରିଛି, ୨୦୧୮ରେ ସେଠାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯାଇଥିଲେ। ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନର ମେଜେର ଜେନାରାଲ କସିମ ସୁଲେମାନୀ ନିହତ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି।

By amfnews

Related Post