Tue. Oct 13th, 2026

ବିଭିନ୍ନ ଦାବି ନେଇ ଦୁଇ ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦେଲେ ବିଭିନ୍ନ ସଂଗଠନ

204 Views

ବଲାଙ୍ଗୀର: ଲୋୟର ସୁକତେଲ ପ୍ରସଙ୍ଗ ଓ ଅନ୍ୟାନ୍ୟ ଦାବିରେ ବିଭିନ୍ନ ସଙ୍ଗଠନଗୁଡିକ ଆଜିଠାରୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛନ୍ତି । ବାଇପାସ ନିର୍ମାଣ ଓ ହାଇକୋର୍ଟ ବେଂଚ ପ୍ରସଙ୍ଗ ବି ଦାବି ରଖାଯାଇଛି । ବଲାଙ୍ଗୀର କ୍ରିୟାନୁଷ୍ଠାନ କମିଟି ଓ ବିଭିନ୍ନ ସଙ୍ଗଠନ ଏହି ବନ୍ଦ ଡାକରା ଦେଇଛନ୍ତି । କଂଗ୍ରେସ ଓ ବିଜେପି ସମେତ ବିଭିନ୍ନ ଦଳ ବନ୍ଦକୁ ସମର୍ଥନ ଦେଇଛନ୍ତି । ତେବେ ଦେକାନବଜାର ଓ ଗାଡି ଚଳାଚଳ ସ୍ୱାଭାବିକ ରହିଛି । ସରକାରୀ ଅଫିସ ଓ ବ୍ୟାଙ୍କ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

ସକାଳୁ ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ ଅଫିସ ସମ୍ମୁଖରେ ପିକେଟିଂ କରୁଛନ୍ତି । ବିଭିନ୍ନ ଦାବି ନେଇ ଵଲାଙ୍ଗିର ବିଭିନ୍ନ ସଙ୍ଗଠନଗୁଡିକ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା ଦେଇଛନ୍ତି । କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ୍‌ , ବୀମା ଅଫିସ୍‌ ଓ ବ୍ୟାଙ୍କ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଦୋକାନ ବଜାର, ସ୍କୁଲ,କଲେଜ ଓ ଗାଡ଼ି ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି। ଜିଲ୍ଲାର ଶତାଧିକ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି। ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଶୀଘ୍ର ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତି ପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏପାସ୍‌ ରାସ୍ତା ନିର୍ମାଣ କରିବା ପାଇଁ ଦାବି କରି ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରୁଛନ୍ତି ।

By amfnews

Related Post