Thu. Jul 2nd, 2026

ବିବାହ ଶୋଭାଯାତ୍ରାରେ ବର ଉପରକୁ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳିଚାଳନା

219 Views

ନୂଆଦିଲ୍ଲୀ, ୨୦/୧୧: ଗତକାଲି ରାଜଧାନୀ ଦିଲ୍ଲୀରେ କେବଳ ୫ ହଜାର ବିବାହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛିି। ତେବେ ଏହି ବିବାହ ଶୋଭାଯାତ୍ରା ସମୟରେ ଦୁଇଜଣ ଅଜ୍ଞାତ ବାଇକ ଆରୋହୀ ବନ୍ଧୁକଧାରୀ ଜଣେ ବର ଉପରକୁ ଗୁଳିଚାଳନା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଦୁର୍ବୃତ୍ତଙ୍କ ଗୁଳି ବରଙ୍କ କାନ୍ଧରେ ବାଜିଥିବାରୁ ତାଙ୍କୁ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି।

ମିଳିଥିବା ସୂଚନା ଅନୁଯାୟୀ,ଘଟଣା ଗତକାଲି ରାତି ପ୍ରାୟ ୧୦ଟା ବେଳେ ଘଟିଛି। ବାଦଲ ନାମକ ଜଣେ ଯୁବକ ନିଜ ବିବାହ ଶୋଭାଯାତ୍ରାରେ ବର ସାଜି, ବରଯାତ୍ରୀଙ୍କ ସହିତ ଦକ୍ଷିଣ ଦିଲ୍ଲୀର ମଦାଙ୍ଗୀରସ୍ଥିତ ବିବାହ ମଣ୍ଡପ ଆଡକୁ ଯାଉଥିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ବାଦଲଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଗୁଳି ବାଦଲଙ୍କ କାନ୍ଧରେ ବାଜିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣ ପାଇଁ ବାଦଲଙ୍କୁ ତାଙ୍କ ବିବାହ ଶୋଭାଯାତ୍ରା ସମୟରେ ଗୁଳିମାଡ଼ କରାଗଲା ତାହା ଜଣାପଡ଼ି ନାହିଁ। ଖବର ପାଇ ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post