Sat. Oct 3rd, 2026

ବିବାହ ବାର୍ଷିକୀରେ ଜହ୍ନ ରାଇଜରେ ଜାଗା କିଣି ପତ୍ନୀଙ୍କୁ ଉପହାର ଦେଲେ ରାଜସ୍ଥାନର ଧର୍ମେନ୍ଦ୍ର

381 Views

ରାଜସ୍ଥାନ, ଡିସେମ୍ବର ୨୭ : କାଳ୍ପନିକ ଲାଗୁଥିଲେ ମଧ୍ୟ ସତ । ଅଷ୍ଟମ ବିବାହ ବାର୍ଷିକୀରେ ରାଜସ୍ଥାନ ଅଜମେରର ଧର୍ମେନ୍ଦ୍ର ଅନିଜା ନିଜ ପତ୍ନୀଙ୍କୁ ଜହ୍ନ ରାଇଜରେ ଜାଗା କିଣି ଉପହାରସ୍ବରୂପ ଦେଇଛନ୍ତି । ଶୁଣିବାକୁ କାଳ୍ପନିକ ଲାଗୁଥିଲେ ମଧ୍ୟ ଘଟଣାଟି ସତ  ।

ବିବାହ ବାର୍ଷିକୀରେ ସେ ତାଙ୍କ ସ୍ତ୍ରୀ ସପ୍‌ନା ଅନିଜାଙ୍କୁ ଚନ୍ଦ୍ରରେ ୩ ଏକର ଜମି କିଣି ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଆଜି ହେଉଛି ତାଙ୍କର ଅଷ୍ଟମ ବିବାହ ବାର୍ଷିକୀ। ସେ ପତ୍ନୀଙ୍କ ପାଇଁ କିଛି କରିବା ଉଦ୍ଦେଶ୍ୟରେ ଚନ୍ଦ୍ରରେ ଜାଗା କିଣିଛନ୍ତି।

ଡିସେମ୍ବର ୨୪ରେ ଉଭୟଙ୍କ ବିବାହ ବାର୍ଷିକୀ ଥିଲା। ଧର୍ମେନ୍ଦ୍ର ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ଉପହାର ଦେବାକୁ ଚାହୁଁଥିଲି। ଏମିତିରେ ତ ସମସ୍ତେ କାର୍‌ ଏବଂ ଅଳଙ୍କାର ଭଳି ଅନେକ କିଛି ଉପହାରସ୍ବରୂପ ଦିଅନ୍ତି। କିନ୍ତୁ ମୁଁ କିଛି ଅଲଗା କରିବାକୁ ଚାହୁଁଥିଲି। ତେଣୁ ମୁଁ ସପ୍‌ନାଙ୍କ ପାଇଁ ଚନ୍ଦ୍ରରେ ଜାଗା କିଣି ଦେଲି।

ଧର୍ମେନ୍ଦ୍ର ଲୁନାର ସୋସାଇଟି ଇଣ୍ଟରନ୍ୟାସନାଲ ମାଧ୍ୟମରେ ଏହି ଜମି କିଣିଥିଲେ। ଏହି ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ଏକ ବର୍ଷ ସମୟ ଲାଗିଥିବା ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ‘ମୁଁ ଖୁସି। ମୁଁ ଭାବୁଛି ରାଜସ୍ଥାନର ପ୍ରଥମ ବ୍ୟକ୍ତି ଯିଏ କି ଚନ୍ଦ୍ରରେ ଜମି କିଣିଛି।

By amfnews

Related Post