Sat. Sep 5th, 2026

ବିଫଳତା ଉପରେ ହାର୍ଭାର୍ଡ କେସ୍‌ ଷ୍ଟଡି ହେବ ଜିଏସ୍‌ଟି, ବିମୁଦ୍ରାୟନ ଏବଂ କୋଭିଡ୍-୧୯: ରାହୁଳ ଗାନ୍ଧୀ

239 Views

ନୂଆଦିଲ୍ଲୀ: ସୋମବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସରକାର ଦେଶରେ କୋଭିଡ୍-୧୯ ପରିସ୍ଥିତି ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିମୁଦ୍ରାୟନ ନୀତି ଏବଂ ଜିଏସ୍‌ଟି ପ୍ରବର୍ତ୍ତନ ହେଉଛି ବିଜେପି ସରକାରଙ୍କର ପ୍ରମୁଖ ବିଫଳତା।

ସେ ପୁଣି ମଧ୍ୟ କହିଛନ୍ତି ଯେ, କରୋନାଭାଇରସ୍ ପରିସ୍ଥିତି ସମ୍ଭାଳିବାରେ ସରକାରଙ୍କ ବିଫଳତା ସହ ବିମୁଦ୍ରାୟନ ଏବଂ ଜିଏସ୍‌ଟି ନୀତି ଉପରେ ହାର୍ଭାର୍ଡ ବିଜ୍‌ନେସ୍‌ ସ୍କୁଲ୍ କେସ୍ ଷ୍ଟଡି କରିବ।

ଟୁଇଟ୍ କରି ଗାନ୍ଧୀ ଲେଖିଛନ୍ତି, ବିଫଳତାର ସଂକ୍ରାନ୍ତରେ ଭବିଷ୍ୟତର ଏଚ୍‌ବିଏସ୍‌ କେସ୍‌ ଷ୍ଟଡିଜ୍‌ ହେଉଛି: ୧. କୋଭିଡ୍-୧୯, ୨. ବିମୁଦ୍ରାୟନ, ୩. ଜିଏସ୍‌ଟି ପ୍ରବର୍ତ୍ତନ।

ଉପରୋକ୍ତ ପାଠ ସହ ଗାନ୍ଧୀ ଜାତି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଉଦ୍‌ବୋଧନର ଏକ ଭିଡିଓ ମଧ୍ୟ ଆଟାଚ୍‌ କରିଛନ୍ତି। ଏଥିସହ ଦେଶରେ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇ ବିଶ୍ବର ତୃତୀୟ ସ୍ଥାନରେ ପହଞ୍ଚିଥିବାର ଏକ ଗ୍ରାଫ୍‌ ମଧ୍ୟ ରହିଛି।

By amfnews

Related Post