Wed. Jul 22nd, 2026

ବିପଦରେ ଦେଶର ୩୦ରୁ ଅଧିକ ବିମାନ ବନ୍ଦର, ହୋଇ ପାରେ ବଡ଼ ଦୁର୍ଘଟଣା, ରିପୋର୍ଟରେ ଖୁଲାସା

469 Views

ଜାମ୍ମୁ, ଜୁଲାଇ୧୫: ସୁରକ୍ଷା ବ୍ୟବସ୍ଥା କଡ଼ା ଥିବା କଥା ସରକାର କହୁଥିଲେ ମଧ୍ୟ ବାସ୍ତବରେ ତୃଣ ମୂଳ ସ୍ତରରେ ସ୍ଥିତି ଅନ୍ୟ କିଛି ଦର୍ଶାଉଛି। ସ୍ଥିତି ଏହା ଯେ ଦେଶର ଅଧିକାଂଶ ବିମାନ ବନ୍ଦରର ସୁରକ୍ଷା ପ୍ରତି ଆଖି ବୁଜି ଦିଆଯାଇଛି। କେନ୍ଦ୍ରୀୟ ଅଦ୍ୟୋଗିକି ସୁରକ୍ଷା ବଳ(ସିଆଇଏସଏଫ)ର ଅଡିଟ୍ ରିପୋର୍ଟ ମୁତାବକ ବର୍ତ୍ତମାନ ସମୟରେ ଦେଶର ୩୦ରୁ ଅଧିକ  ବିମାନ ବନ୍ଦରରେ ସିସିଟିଭି କ୍ୟାମେରା ଲଗାଯାଇ ନାହିଁ। ଯାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ବଡ଼ ପ୍ରଶ୍ନ।

ସିଆଇଏସଏଫ ନିଜର ବାର୍ଷିକ ଅଡିଟ୍ ରିପୋର୍ଟରେ ଏମିତି ୩୪ ବିମାନ ବନ୍ଦରକୁ ଚିହ୍ନଟ କରିଛି ଯେଉଁଠି ସୁରକ୍ଷା ବହୁତ ଦୁର୍ବଳ। ଏହି ବିମାନ ବନ୍ଦର ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇ ନାହିଁ। କେବଳ ଏତିକି ନୁହେଁ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଦେଶରେ ଥିବା ବିମାନ ବନ୍ଦର ଗୁଡିକରେ ଏକ୍ସ-ରେ ମେସିନ, ବୋମା ନିରୋଧକ ଦଳ ଓ ବାକି ଜରୁରୀ ସାମଗ୍ରୀ ମଧ୍ୟ ଉପଲବ୍ଧ ନାହିଁ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସିଆଇଏସଏଫର ତଦନ୍ତ ପ୍ରକ୍ରିୟାରେ ସର୍ବଦା ସମସ୍ୟା ଉପୁଜିଥାଏ। କାରଣ ୭  ବିମାନ ବନ୍ଦରରେ ସୁରକ୍ଷା ଦୃଷ୍ଟି କୋଣରୁ ୩୦ ଦିନର ଅବଧି ପାଇଁ ଡିଟିଜାଲ ସିସିଟିଭି ରେକର୍ଡିଂ  କରି ରଖିବାର ସୁବିଧା ମଧ୍ୟ ନାହିଁ।

ଉଲ୍ଲେଖନୀୟ ଦେଶର ବିମାନ ବନ୍ଦର, ବିମାନ, ପାଓ୍ଵାର ପ୍ଲାଣ୍ଟ ଓ ସବୁ ସମ୍ବେଦନଶୀଳ ସରକାରୀ ଭବନର ସୁରକ୍ଷା ପାଇଁ ୧୯୬୯ରେ ସିଆଇଏସଏଫର ଗଠନ କରାଯାଇଥିଲା। ଦେଶର ୯୮ ରୁ ୬୦ ବିମାନ ବନ୍ଦରର ଦାୟିତ୍ଵ ମଧ୍ୟ ସିଆଇଏସଏଫ ହାତରେ ରହିଛି।

ଜଣେ ସିଆଇଏସଏଫ ଅଧିକାରୀ ଖବରରେ ନାମ ନଦେବା ସର୍ତ୍ତରେ କହିଛନ୍ତି ଯେ ୩୪ ବିମାନ ବନ୍ଦରରେ ୧୮୮୨ କ୍ୟାମେରାର ଅଭାବ ରହିଛି ଏବଂ ଆମେ ଭାରତୀୟ ବିମାନ ପ୍ରାଧିକରଣ(ଏଏଆଇ)କୁ ଏହାର ସୂଚନା ଦେଇ ଦେଇଛୁ। ଏହି ପରି ଏମିତି ଅନେକ ବିମାନ ବନ୍ଦର ରହିଛି ଯେଉଁଠି  ଡିଜିଟାଲ ଭିଡିଓ ରେକର୍ଡିଂର ସୁବିଧା ଉବଲବ୍ଧ ନାହିଁ। ଆମେ ବିମାନ ବନ୍ଦରର ନାମ ଉଲ୍ଲେଖ କରିବାକୁ ଚାହୁଁ ନାହୁଁ  କାରଣ ଏହା ସୁରକ୍ଷା ବ୍ୟବସ୍ଥା ଜଡିତ ମାମଲା।

Related Post