Sun. Jul 26th, 2026

ବିପଦ ସଙ୍କେତ ଟପିଲା ଜଳକା, ବନ୍ୟା ଆଶଙ୍କା

187 Views

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ତିନି ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ବିପଦ ସଙ୍କେତ ଟପିଛି। ନଦୀର ଉପର ମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଡ଼ା ଓ ଚିତ୍ରଡ଼ା ଅଞ୍ଚଳରେ ୩ ଦିନ ଧରି ବର୍ଷା ହେବା ଯୋଗୁ ଜଳକା ନଦୀର ଜଳସ୍ତର ବଢୁଛି। ମଥାନିଠାରେ ବିପଦ ସଙ୍କେତ ୫.୫୦ମିଟର ଥିବା ବେଳେ ବର୍ତ୍ତମାନ ୫.୯୦ ମିଟର  ଜଳ ପ୍ରବାହିତ ହେଉଛି। ଫଳରେ ବସ୍ତା ଓ ବାଲେଶ୍ୱର ସଦର ବ୍ଲକରେ ବନ୍ୟା ହେବାର ଆଶଙ୍କା ରହିଛି।

ସହରର ଗୁଡ଼ିପଦା ସମେତ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ପ୍ରାୟ ୧୦୦ରୁ ଅଧିକ ଘର ଜଳବନ୍ଦୀ ଅବସ୍ଥାରେ ଅଛି। ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହେବା ଯୋଗୁ ସାଧାରଣ ଜୀବନ ଯାତ୍ରା ଠପ୍ ହୋଇଯାଇଛି।

By amfnews

Related Post