Fri. Aug 14th, 2026

ବିନିକାରେ ଜଣ୍ଡିସ ଆତଙ୍କ; ୮ ଆକ୍ରାନ୍ତ

233 Views

ବିନିକା  : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଏସ୍‌. ରାମପୁର ଗାଁରେ ଦେଖା ଦେଇଛି ଜଣ୍ଡିସ ଆତଙ୍କ। ଗାଁର ଆଠଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରାନ୍ତ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ତିନି ଜଣ ଏସ୍‌. ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନେ ଘରେ ଚିକିତ୍ସିତ ହେଉଛନ୍ତି। ଏସ୍‌, ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍‌ ଆକ୍ରାନ୍ତ ଥିବା ଲୋକଙ୍କ ଘରକୁ ଯାଇ ଚିକିତ୍ସା କରୁଛନ୍ତି।

ଦୂଷିତ ପାଣି ହିଁ ଜଣ୍ଡିସର କାରଣ ବୋଲି ରାମପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆନନ୍ଦ କୁମାର ମେହେର କହିଛନ୍ତି। ଦୀର୍ଘବର୍ଷ ହେବ ଗାଁରେ ଥିବା ପାଣି ଟାଙ୍କି ସଫା କରାଯାଉ ନ ଥିବାରୁ ଲୋକେ ଏହି ଟାଙ୍କିର ପାଣି ପିଇ ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ହେଉଥିବା ଜଣେ ଗ୍ରାମବାସୀ କହିଛନ୍ତି।

By amfnews

Related Post