Wed. Jul 29th, 2026

ବିନା ରେଳଧାରଣାରେ ଚାଲିଲା ମାଲଗାଡିର ଇଂଜିନ୍‌

314 Views

ଏହାପରେ ରେଳବାଇ ଅଧିକାରୀମାନେ ତତକ୍ଷଣାତ୍‌ ଟୁଣ୍ଡାଲାରୁ ଦୁର୍ଘଟଣାରୁ ରକ୍ଷା କରୁଥିବା ଗାଡି ମଗାଇ ଭୂମିରେ ଚାଲୁଥିବା ରେଳ ଇଂଜିନ୍‌କୁ ଅଟକାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ କାନପୁରରୁ ମାଲ୍‌ ନେଇ ମାଲଗାଡି ପହଞ୍ଚିଥିଲା। ସେତେବେଳେ ଲାଲ ସଙ୍କେତ ଥିବା ସତ୍ତ୍ୱେ ଚାଳକ ବ୍ରେକ୍‌ ଦେଇ ନଥିଲା। ତା’ପରେ ଗାଡିର ଏକ ଲୁହା ଖମ୍ଭ ସହିତ ଧକ୍‌କା ହେଲା।ଏହାପରେ ଇଂଜିନ୍‌ ରେଳ ଟ୍ରାକ୍‌ ଛାଡ଼ି ପ୍ରାୟ ୧୪୦ମିଟର ଆଗକୁ ଯାଇ ଭୂମି ଉପରେ ପହଞ୍ଚିଗଲା। ତା’ପରେ ଭୂମି ଉପରେ ଚାଲିଥିଲା ମାଲଗାଡ଼ି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ଅନ୍ୟପକ୍ଷରେ କୁହାଯାଉଛି ଯେ ରେଳଗାଡିର ଗତି ଅଧିକ ଥିବା ହେତୁ ତାହା ନିୟନ୍ତ୍ରଣ ବାହାରକୁ ଚାଲିଥିଲା ଓ ଏଭଳି ଦୁର୍ଘଟଣା ଘଟିଥିଲା।

By amfnews

Related Post