Thu. Jun 11th, 2026

ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

272 Views

ରାଉରକେଲା, ୧୭ା୮ : ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇଙ୍କ ସେକ୍ଟର-୩ ସ୍ଥିତ ଆବାସିକ କାର୍ଯ୍ୟାଳୟରେ ୭୨ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ନଗର ସଭାପତି ସୁଧୀର ସୁନ୍ଦର ରାୟ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ଶ୍ରୀ ସୁନ୍ଦରରାୟ ଦେଶର ସ୍ୱାଧୀନତା ସଂଗ୍ରାମରେ ଯେଉଁ ମହାପୁରୁଷମାନେ ବଳିଦାନ ଦେଇଥିଲେ ସେମାନଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜୟା ରଖିବା ପାଇଁ ଜନସାଧାରଣ ସଜାଗ ରହିବା ଆବଶ୍ୟକ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରଘୁନାଥପାଲୀ ବିଜେଡିର ବରିଷ୍ଠ ସଦସ୍ୟ ପି.କେ. ମହାନ୍ତି, ବାବାଜୀ ସ୍ୱାଇଁ, ପ୍ରହ୍ଲାଦ ନାୟକ, ବନମାଳି ବେହେରା, ବଂଶୀଧର ପରିଡା, ସୁରେନ୍ଦ୍ର ତାଣ୍ଡି, ଆର୍ତ୍ତ ମହାରଣା, ଅପୂର୍ବ ରଞ୍ଜନ ଦାସ, ଅଶୋକ ଜେନା, ବିକାଶ ଚୌଧୁରୀ, ଭୂଷଣ ସେଠୀ, ରାଜକିଶୋର ନାୟକ, ପ୍ରଭାତ କବି, ସତ୍ୟନାରାୟଣ ସାହୁ, ଶେଷ ବଘାର, ପ୍ରଫୁଲ୍ଲ ମହାନନ୍ଦ, ଚନ୍ଦ୍ରମଣି କଂସାରୀ, ମାନସ ନାୟକ, ସରୋଜ ସାମଲ, ପ୍ରମୋଦ ସେଠୀ, ସୁଜିତ ସାହୁ, ରାଜୁ ନାୟକ, ପ୍ରଫୁଲ୍ଲ ମହାଳିକ, ସରୋଜ ପ୍ରଧାନ, ଶ୍ରୀକାନ୍ତ ରାଉତ, ଉମା ନାୟକ, ଜୟନ୍ତୀ ନାୟକ, ସୁଜାତା ନାୟକଙ୍କ ସମେତ ଦଳୀୟ ସଦସ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

Related Post