Wed. May 27th, 2026

ବିଧାୟକଙ୍କ ଅସଦାଚରଣ ବିଷୟରେ କେରଳ ମହିଳା କମିସନ୍‌ ମୁଖ୍ୟଙ୍କ ମନ୍ତବ୍ୟ: ଭୁଲ୍‌ଭଟକା ହୁଏ

206 Views

ନୂଆଦିଲ୍ଲୀ: ଅସଦାଚରଣ ମାମଲରେ ସମ୍ମୁଖୀନ କମ୍ୟୁନିଷ୍ଟ୍‍ ପାର୍ଟି ଅଫ୍‌ ଇଣ୍ଡିଆର (ମାର୍କସିଷ୍ଟ୍‍) ଜଣେ ବିଧାୟକଙ୍କ ସପକ୍ଷରେ ଅଜବ ମନ୍ତବ୍ୟ ଦେଇଛନ୍ତି କେରଳ ମହିଳା ପାନେଲ୍‌ର ମୁଖ୍ୟ।

ବିଧାୟକଙ୍କ ବିରୋଧରେ ଆଗତ ଚାର୍ଜ ଉପରେ ମନ୍ତବ୍ୟ ଦେଇ ରାଜ୍ୟ ମହିଳା କମିସନ୍‌ର ଅଧ୍ୟକ୍ଷା ଏମ୍‌ସି ଜୋସେଫାଇନ୍‌ କହିଛନ୍ତି: ‘‘ଭୁଲ୍‌ଭଟକା ହୁଏ।’’

‘‘ଆମେ ସମସ୍ତେ ମଣିଷ, ଭୁଲ୍‌ଭଟକା ହୁଏ। ଦଳ ମଧ୍ୟସ୍ଥ ଲୋକେ ବି ଏମିତିକା ଭୁଲ୍‌ କରନ୍ତି।’’

କେରଳର ଶୋରନୁର୍‌ ନିର୍ବାଚନ ମଣ୍ଡଳୀର ସିପିଆଇ(ଏମ୍‌) ବିଧାୟକ ପିକେ ଶଶିଙ୍କ ବିରୋଧରେ ଜଣେ ମହିଳା ଅସଦାଚରଣ ଅଭିଯୋଗ ଉଠାଇଛନ୍ତି।

ପୂର୍ବରୁ ମାମଲାଟିକୁ ଗ୍ରହଣ କରି ତଦନ୍ତ କରିବାକୁ ଜାତୀୟ ମହିଳା କମିସନ୍‌ କେରଳ ପୁଲିସକୁ କହିଥିଲା। ସେପ୍ଟେମ୍ବର ୬ ତାରିଖରେ କମିସନ୍‌ ଟୁଇଟ୍‌ କରିଥିଲା: ମାମଲାର ତଦନ୍ତ କରିବା ନିମନ୍ତେ ଏନ୍‌ସିଡବ୍ଲୁ କେରଳର ପୁଲିସ ମହାନିର୍ଦେଶକ ଏବଂ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ନିର୍ଦେଶ ଦେଇଛି। ମାମଲା ସଂକ୍ରାନ୍ତରେ କି ପଦକ୍ଷେପ ନିଆଯାଇଛି ତାହା କମିସନ୍‌ଙ୍କୁ ଜଣାଇବା ସହ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ମଧ୍ୟ ଏନ୍‌ସିଡବ୍ଲୁ ତାଙ୍କୁ ନିର୍ଦେଶ ଦେଇଛି।

ମାମଲା ସଂକ୍ରାନ୍ତରେ ସମୁଚ୍ଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ଶୁକ୍ରବାର ଦିନ ଦଳ ପ୍ରତିଶ୍ରୁତି ଦେଇଥିଲା।

By amfnews

Related Post