Sat. Oct 10th, 2026

ବିଧାନସଭାରୁ ଇସ୍ତଫା ଦେଲେ ୪ ବିରୋଧୀ ବିଧାୟକ, ବିଜେପିରେ ମିଶିବେ

270 Views

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଏନ୍‌ସିପିକୁ ଶକ୍ତ ଝଟ୍‌କା ଲାଗିବାକୁ ଯାଉଛି। ଏହି ଦୁଇ ଦଳର ୪ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ବିଜେପିରେ ମିଶିବେ ବୋଲି ଜଣାପଡ଼ିଛି।

କଂଗ୍ରେସ ବିଧାୟକ କାଲିଦାସ କୋଲାମ୍ବକର ଓ ଏନ୍‌ସିପିର ୩ ବିଧାୟକ ଶିବେନ୍ଦର ସିନରାଜେ ଭୋସଲେ, ବୈଭବ ପିଚାଦ ଓ ସନ୍ଦୀପ ନାୟକ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହରିଭାଉ ବାଗଡେଙ୍କୁ ପୃଥକପୃଥକ ଭାବେ ସାକ୍ଷାତ କରି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାର ଏମାନେ ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଏନସିପିର ମୁମ୍ବାଇ ମୁଖ୍ୟ ସଚିବ ଅହିର ଦଳ ଛାଡ଼ି ଶିବସେନାରେ ଯୋଗଦେଇଥିଲେ।

By amfnews

Related Post