Tue. Aug 25th, 2026

ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଇତିହାସ ସୃଷ୍ଟି କରିଛି : ମୁଖ୍ୟମନ୍ତ୍ରୀ

433 Views

ଝାରସୁଗୁଡା: ଆଜି ଝାରସୁଗୁଡା ଜିଲ୍ଲାର ବନହରପାଲିଠାରେ ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୧୩୨୦ ମେଗାଓ୍ଵାଟ୍‌ କ୍ଷମ୍‌ତା ବିଶିଷ୍ଟ ଏହି ନିଜସ୍ୱ ତାପଜ ବିଜୁଳି ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ବନହରପାଲିଠାରେ ସୁନ୍ଦରଗଡ ଜିଲ୍ଲା ମନୋହରପୁର କୋଇଲା ଖଣିର  ଉଦ୍‌ଘାଟନ ମଧ୍ୟ ଭିଡ଼ିଓ କନଫରେନ୍‌ସିଂ ଜରିଆରେ କରିଛନ୍ତି। ଏହି ଉଦ୍‌ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲୋକସଭା ସଦସ୍ୟ ପ୍ରଭାସ ସିଂହ, ଶ୍ରମ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂହ , ଶକ୍ତି ସଚିବ ହେମନ୍ତ ଶର୍ମା,ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ  ଏବଂ ଝାରସୁଗୁଡା ଜିଲ୍ଲାପାଳ ବିଭୂତି ଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଉଦ୍‌ଘାଟନ ଉତ୍ସବରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ, ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଇତିହାସ ସୃଷ୍ଟି କରିଛି। ୧୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଦୁଇଟି ୟୁନିଟ୍‌ କାର୍ଯ୍ୟକ୍ଷମ ହେବାପରେ ଆଗାମୀ ୨୫ ବର୍ଷ ଯାଏଁ ରାଜ୍ୟରେ ବିଦ୍ୟୁତ୍‌ ଯୋଗାଣରେ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ମନୋହରପୁର କୋଇଲା ଖଣିରୁ ରାଜ୍ୟ ସରକାର ନିଜସ୍ୱ ରେଳ ଲାଇନ୍‌ ନିର୍ମାଣ କରି ବନହରପାଲି ଓପିଜିସିକୁ କୋଇଲା ଯୋଗାଣର ବନ୍ଦୋବସ୍ତ କରୁଛନ୍ତି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

By amfnews

Related Post