Sun. Apr 26th, 2026

ବିଦ୍ୟୁତ ଆଘାତରେ ୭ ହାତୀ ମୃତ

177 Views

ଢେଙ୍କାନାଳ, ୨୭ ।୧୦ : ଆଜି ସକାଳୁ ସକାଳୁ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କମଲାଙ୍ଗ ଗାଁ ନିକଟରେ ବିଦ୍ୟୁତ ଆଘାତରେ ୭ଟି ହାତୀଙ୍କର ମୃତ୍ୟୁ ଘଟିଥିବା ପରି ଏକ ଦୁଖଃଦ ଘଟଣା ଘଟିଛି। ଏକ ଘରୋଇ କମ୍ପାନିର ରେଳ ଲାଇନ୍ କାମ ଚାଲିଥିିବା ବେଳେ ସେଠାରେ ଟଣାଯାଇଥିବା ଏଲଟି ଲାଇନ୍‌ର ଖୁଣ୍ଟ ଚାର୍ଜ ହୋଇଯାଇଥିଲା। ଏହି ବିଦ୍ୟୁତ ତାର ଓ ଖୁଣ୍ଟ ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ ୭ଟି ହାତୀ ମୃତ୍ୟୁ ବରଣ କରିଛନ୍ତି। ଶନିବାର ସକାଳେ ଗୋଟିଏ ସ୍ଥାନରେ ୭ଟି ହାତୀ ମରିଥିବା ଖବର ପାଇ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କମଳାଙ୍ଗ ଠାରେ ଏକ ଘରୋଇ କମ୍ପାନୀର ମାଲ ପରିବହନ ପାଇଁ ରେଳ ଟ୍ରାକ୍‌ କାମ ଚାଲିଛି। ଏଥିପାଇଁ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ଠିକାଦାର ସଂସ୍ଥା ତାର ଶ୍ରମିକମାନଙ୍କ ପାଇଁ ଏଲଟି ଲାଇନ୍‌ ଟାଣିଛି। ତେବେ କୌଣସି କାରଣରୁ ଏହି ଏଲଟି ଲାଇନ୍‌ ଛିଡ଼ିଯାଇ ଖୁଣ୍ଟକୁ ଚାର୍ଜ କରି ଦେଇଛି। ତେବେ ଯେଉଁ ସ୍ଥାନରେ ଏଲଟି ଲାଇନ ଟଣାଯାଇଛି, ସେହି ବାଟ ଦେଇ ହାତୀ ଚଳାଚଳ କରନ୍ତି। ତେଣୁ ଗତକାଲି ବିଳମ୍ବିିତ ରାତିରେ ହାତୀ ପଲ୍ଲ ଯାଉଥିବା ବେଳେ ବିଦ୍ୟୁତ ତାର ଆଘାତରେ ସମସ୍ତ ୭ଟି ହାତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି।

By amfnews

Related Post