Thu. Jul 23rd, 2026

ବିଜୟ, ଦିଲ୍ଲୀପଙ୍କ ଇସ୍ତଫାରେ କ୍ଷତି ହେବନି: ବସନ୍ତ ପଣ୍ଡା

220 Views

ଭୁବନେଶ୍ବର , ଡିସେମ୍ବର ୦୨: ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବିଜେପି ଛାଡ଼ିବା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ଆଜି ଗଣମାଧ୍ୟମକୁ ଶ୍ରୀ ପଣ୍ଡା କହିଛନ୍ତି, ବିଜେପି କୌଣସି ପରିବାର କିମ୍ପା ବ୍ୟକ୍ତିଙ୍କ ଦଳ ନୁହେଁ, ବରଂ ଏହା ଏକ ସଂଗଠନ ଆଧାରିତ ଦଳ। ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳ ଛାଡ଼ିବାରେ ଦୁଃଖ କେବଳ କ୍ଷଣିକ ପାଇଁ, ମାତ୍ର ଲମ୍ବା ସମୟ ପାଇଁ ନୁହେଁ।

ତ୍ୟାଗ ଓ ତପସ୍ୟାର ବଳିଦାନ ଉପରେ ବିଶ୍ବାସ କରି ରାଷ୍ଟ୍ର ଭାବନା ରଖି ବିଜେପି କାର୍ଯ୍ୟ କରେ। ବୁଥ୍‌, ମଣ୍ଡଳ ସ୍ତରୀୟ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତା ହେଲେ ଏହି ପାର୍ଟିର ମୂଳଦୁଆ। ଏହି କାରଣରୁ ବିଜେପି ଆଜି ଶୀର୍ଷରେ ଓ ଏହାର କାର୍ଯ୍ୟକର୍ତ୍ତା କେବେ ହେଲେ ବିଚଳିତ ହୁଅନ୍ତି ନାହିଁ। ‘ଟିମ୍ ସ୍ପିରିଟ୍‌’ରେ ବିଶ୍ବାସ ରଖୁଥିବା ବିଜେପିର କାର୍ଯ୍ୟକର୍ତ୍ତାମାନେ ସର୍ବଦା ସହମତି ଭିତ୍ତିରେ କାର୍ଯ୍ୟ ଆରମ୍ଭ ଓ ଶେଷ କରିଥା’ନ୍ତି। ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳ ଛାଡ଼ିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ବିଜେପିରୁ କିଏ ଇସ୍ତଫା ଦେଲେ କିମ୍ବା ଛାଡ଼ି ଦେଲେ, ଦଳ ଏଥିରେ କେବେ ବି ଦିଗହରା ହେବନି।

By amfnews

Related Post