Sat. Sep 26th, 2026

ବିଜେପୁର ଉପନିର୍ବାଚନ; ଆସନ୍ତାକାଲି ସରିବ ପ୍ରଚାର

196 Views

ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ସରିବ। ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି।  ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ  ପ୍ରଚାର ମଙ୍ଗ ଧରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଗାଇସିଲଟ ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରିବେ।  ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ଓ ବରପାଲି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରି ବରଗଡ଼ରେ ରାତ୍ରିଯାପନ କରିଥିଲେ।

ବିଜେପି ପକ୍ଷରୁ ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରପାଲି ଓ ବିଜେପୁର ବ୍ଲକରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ କରିବେ।

ଅନ୍ୟପକ୍ଷରେ ଏକଦା ବିଜେପୁରକୁ ନିଜର ଗଡ଼ କରିଥିବା କଂଗ୍ରେସ ପ୍ରଚାର ରେସ୍‌ରେ ପଛରେ ପଡ଼ିଯାଇଛି।  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର ଓ ସୁରେଶ ରାଉତରାୟ ପ୍ରମୁଖ ବିଜେପୁର ଗସ୍ତରେ ଥିଲେ ବି ଦଳୀୟ ପ୍ରାର୍ଥୀ ଦିଲୀପ ପଣ୍ଡା ଏକା ଏକା ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

By amfnews

Related Post