Thu. Jun 11th, 2026

ବିଜେପିରେ ଯୋଗ ଦେଲେ ଦାର୍ଜିଲିଂର ୧୭ କର୍ପୋରେଟର

202 Views

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ପଶ୍ଚିମ ବଙ୍ଗର ପ୍ରଭାରୀ କୈଳାସ ବିଜୟବର୍ଗୀୟ ଏବଂ ବରିଷ୍ଠ ନେତା ମୁକୁଲ ରାୟଙ୍କ ଉପସ୍ଥିତିରେ ଦାର୍ଜିଲିଂ ନଗର ନିଗମର ୧୭ ଜଣ କର୍ପୋରେଟର ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି। ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହ ବିଜେପିର ଶୀତଳ ଯୁଦ୍ଧ ଚାଲିଛି। ବିଜେପି କ୍ରମାଗତ ଭାବେ ପଶ୍ଚିମବଙ୍ଗରେ ନିଜର ପ୍ରଭାବ ବିସ୍ତାର କରିଥିବା ଜଣାଯାଇଛି।

ଏହା ଭିତରେ ଏକ ବଡ଼ ଖବର ମିଳିଛି ଯେ ଗତକାଲି ପଶ୍ଚିମବଙ୍ଗର ଦାର୍ଜିଲିଂ ପୌର ନିଗମର ସମସ୍ତ ୧୭ ଜଣ କର୍ପୋରେଟର୍‌ ବିଜେପିରେ ସାମିଲ୍‌ ହୋଇଛି। ଏମାନେ ସମସ୍ତେ ଗୋର୍ଖା ଜନମୁକ୍ତି ମୋର୍ଚ୍ଚାର ସଦସ୍ୟ ଥିଲେ। ଏହି କର୍ପୋରେଟରମାନେ ବିଜେପିରେ ଯୋଗ ଦେବାପରେ ଦଳର ଶକ୍ତିବୃଦ୍ଧି ହୋଇଛି।

ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ଓ ସିପିଏମ୍‌ର ବହୁ ବରିଷ୍ଠ ନେତା ଇତିମଧ୍ୟରେ ବିଜେପିରେ ଯୋଗ ଦେଇ ସାରିଥିବା ବେଳେ କେତେକ ନେତା ଏବେ ବିଜେପିରେ ସାମିଲ ହେବାର ଯୋଜନା କରୁଥିବା ଜଣାଯାଇଛି।

By amfnews

Related Post