Sat. Apr 25th, 2026

ବିଜେପିରେ ମିଶିବେ କି ଦାଦା ! ଏପରି କିଛି କହିଲେ ଅମିତ ଶାହା

265 Views

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ ବିସିସିଆଇର ସଭାପତି ବନିବା ଏକପ୍ରକାର ସ୍ଥିର ହୋଇଛି। ଏ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ବିସିସିଆଇ ଅଧ୍ୟକ୍ଷ ହେବା ନେଇ ଗାଙ୍ଗୁଲିଙ୍କ ସହ ବିଜେପିର  କୌଣସି କଥା ହୋଇନାହିଁ।

ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ ଶାହା କହିଛନ୍ତି, ‘ବିସିସିଆଇର ସଭାପତି କାହାକୁ ବନାଇବା ଉଚିତ ତାହା ମୁଁ ନିର୍ଣ୍ଣୟ ନେଇ ପାରିବି ନାହିଁ। ଏହା ବିସିସିଆଇର ନିର୍ବାଚନ ପ୍ରକ୍ରିୟା ଦ୍ୱାରା ହିଁ ସ୍ଥିର ହୋଇଥାଏ।’

ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ‘ମୁଁ ସୌରଭଙ୍କ ସହ କେବେ ବିଜେପି ସହ ଯୋଡ଼ିବା ନେଇ କଥା ହୋଇନାହିଁ। ମୁଁ କେବେ ଏ ନେଇ ଚେଷ୍ଟା ବି କରିନି। ତାଙ୍କୁ ଆମ ଦଳ ସହ ଯୋଡ଼ି ହେବାକୁ ମନା ବି କରାଯାଇ ନାହିଁ।’

ଗାଙ୍ଗୁଲି ଯଦି ନିଜ ଇଚ୍ଛାରେ ବିଜେପିରେ ଯୋଗ ଦେବାକୁ ଚାହାନ୍ତି ତ ତାଙ୍କ ପାଇଁ ଦୁଆର ଖୋଲା ଅଛି। ପଶ୍ଚିମବଙ୍ଗରେ ବିଜେପି ବିନା ଲୋକପ୍ରିୟ ଚେହେରାରେ ବି ୧୮ଟି ଆସନ ଜିତିଛି। ଏମିତି ନୁହେଁ ଯେ ଲୋକପ୍ରିୟ ଚେହେରା ଆବଶ୍ୟକ ନାହିଁ। ମାତ୍ର ଚେହେରା ବିନା ବି ଦଳ ସଂଖ୍ୟା ଗରିଷ୍ଠତା ହାତେଇବ ବୋଲି ଶାହା ସାକ୍ଷାତ୍‌କାରରେ କହିଛନ୍ତି।

By amfnews

Related Post