Tue. Sep 8th, 2026

ବିଜେପି ବିରୋଧରେ ସଙ୍ଗୀନ୍‌ ଅଭିଯୋଗ ଆଣି ଦଳ ଛାଡ଼ିଲେ ବାଜପେୟୀଙ୍କ ଝିଆରୀ କରୁଣା; ଛତିଶଗଡ଼ରେ କଂଗ୍ରେସ ପ୍ରାର୍ଥୀ ଭାବେ ରମଣ ସିଂହଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ 

402 Views

ରାଜନନ୍ଦଗାଓଁ (ଛତିଶଗଡ଼): ଭାରତୀୟ ଜନତା ପାର୍ଟି (ବିଜେପି)ର ଅନ୍ୟତମ ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଳା ବିଜେପି ବିରୋଧରେ କରିଛନ୍ତି ସଙ୍ଗୀନ୍‌ ଅଭିଯୋଗ।

ବାଜପେୟୀଙ୍କ ଝିଆରୀ କରୁଣା କହିଛନ୍ତି, ଦିନେ ଯେଉଁ ନୀତି, ଆଦର୍ଶ ଓ ମୂଲ୍ୟବୋଧକୁ ଧରି ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀ ବିଜେପିର ଗଠନ କରିଥିଲେ ଆଜି ସେସବୁ ନୀତି, ଆଦର୍ଶ ଓ ମୂଲ୍ୟବୋଧ ଦଳ ଭିତରେ ସ୍ୱପ୍ନ ହୋଇପଡ଼ିଛି। କିଛି, ମୁଷ୍ଟିମେୟ ଲୋକ ବିଜେପିରେ ନିଜର ମନମାନି ଚଳାଇବା ସହ ବିଜେପିକୁ ଏକ କମ୍ପାନି ବୋଲି ଭାବୁଛନ୍ତି ଓ ନିଜ ନିଜର ବ୍ୟକ୍ତଗତ ଫାଇଦାରେ ମାତିଛନ୍ତି। ଦଳର ପୁରୁଖା ନେତା ଓ କର୍ମୀମାନଙ୍କୁ ଅଣଦେଖା କରା ଯାଉଛି। କିଛି ନବାଗତ ଦଳକୁ ନିଜ କବ୍‌ଜାକୁ ନେବାକୁ ଉଦ୍ଦ୍ୟମ ଆରମ୍ଭ କରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିବା ସହ ଏହି କାରଣ ପାଇଁ ଦଳ ସହ ରହିଥିବା ନିଜର ୩୨ ବର୍ଷର ସଂପର୍କକୁ ଛିନ୍ନ କରିବା ପାଇଁ ବାଧ୍ୟ ହେଲେ ବୋଲି କହିଛନ୍ତି।

ଏଥିସହ ବିଜେପି ଓ ଏହାର ନବାଗତ ନେତାମାନଙ୍କୁ ଏକ ଉଚିତ୍‌ ଶିକ୍ଷା ପ୍ରଦାନ କରିବା ପାଇଁ ଆସନ୍ତା ନଭେମ୍ବର ୧୨ ତାରିଖରେ ହେବାକୁ ଥିବା ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରମଣ ସିଂହଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି। ରମଣ ସିଂହ ଛତିଶଗଡ଼ରେ ବିଜେପିର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ୧୫ ବର୍ଷ କାଳ ଏବଂ ରାଜନନ୍ଦଗାଓଁର ବିଧାୟକ ଭାବେ ଦୀର୍ଘ ୧୦ ବର୍ଷ କାଳ ରହିଥିଲେ ସୁଦ୍ଧା କୌଣସି ପ୍ରକାରର ବିକାଶ ଘଟାଇ ପାରିନାହାନ୍ତି। ସେଥିପାଇଁ ସେ ବିଜେପିକୁ ପରିତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଛନ୍ତି ଏବଂ ଆସନ୍ତା ନିର୍ବାଚନରେ ସେ ରାଜନନ୍ଦଗାଓଁ ନିର୍ବାଚନ ମଣ୍ଡଳୀରୁ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରମଣ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

By amfnews

Related Post