Sun. Oct 4th, 2026

ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ପେଟ୍ରୋଲ ପମ୍ପରେ ଗୁଳିକାଣ୍ଡ

228 Views

ଭୁବନେଶ୍ୱର, ସେପ୍ଟେମ୍ବର ୦୭ :

 ବିଜେଡିର ଅନ୍ତ କନ୍ଦଳ ପଦାରେ ପଡିଛି। ଆଜି ଲିଙ୍ଗିପୁର ପେଟ୍ରୋଲ ପମ୍ପ ନିକଟରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଗୁଳିମାଡ ହୋଇଥିବା ସୂଚନା ମିଳିଛି। ଗୁଳିମାଡରେ ବିଜେଡିର ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଶୁକ୍ରବାର ସକାଳ ୧୦ ଟା ପରେ ତୈଳଦର ବୃଦ୍ଧି ନେଇ ଲିଙ୍ଗିପୁର ପେଟ୍ରୋଲ ଟାଙ୍କି ନିକଟରେ ବିଜେଡି କର୍ମୀମାନେ ବିକ୍ଷୋଭ କରୁଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବାରୁ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରକୁ ଗୁଳିମାଡ କରିଥିଲା । ପ୍ରାୟ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା ହୋଇଥିଲା । ତେବେ ଗୁଳିମାଡରେ ଶିଶୁପାଳଗଡର ରବୀନ୍ଦ୍ର ପାତ୍ର ନାମକ ଜଣେ ଯୁବକ ଅଳ୍ପକେ ରକ୍ଷା ପାଇ ଯାଇଥିବା କୁହାଯାଉଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା  ବୋଲି ଜଣାପଡ଼ିଛି।

ଏହି ଘଟଣାକୁ ନେଇ ଉତେଜନା ଦେଖାଦେଇଥିଲା। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁରୀ -ଭୁବନେଶ୍ୱର ରାସ୍ତା ଅବରୋଧ କରିଥିଲେ ।  ତେବେ ଘଟଣାସ୍ଥଳରେ ଧଉଳି ପୋଲିସ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା   ।

By amfnews

Related Post