Thu. Jun 11th, 2026

ବିଜେଡି ସରକାରକୁ ଓପାଡ଼ି ଫିଙ୍ଗିବା ଦରକାର : ଅମିତ ଶାହ

355 Views

ଭୁବନେଶ୍ବର: ମୟୁରଭଞ୍ଜର ମୋରଡ଼ାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କହିଛନ୍ତି ‘ ମୁଁ ସାରା ଭାରତର ୨୬୨ଟି ଲୋକସଭା କ୍ଷେତ୍ରକୁ ଯାଇଛି। ସବୁଠି କେବଳ ଗୋଟିଏ ନାଆଁ ‘ମୋଦୀ’ ବୋଲି ଶୁଣିବାକୁ ପାଇଛି। ମୋଦୀ  ଗତ ୨୦ ବର୍ଷ ଭିତରେ ନରେନ୍ଦ୍ର ମୋଦୀ ଗୋଟିଏ ବି ଦିନ ଛୁଟି ନେଇ ନାହାନ୍ତି। ସେ ଦିନରେ ୧୮ ଘଣ୍ଟା କାମ କରିଛନ୍ତି। ଯେଉଁ ବ୍ୟକ୍ତି ଓଡ଼ିଆ ଭାଷାରେ କଥା କହି ପାରୁ ନାହାନ୍ତି ସେ ମୁଖ୍ୟମନ୍ତ୍ରୀ ରହିବା ଉଚିତ ନୁହେଁ। ’

ଭ୍ରଷ୍ଟାଚାରୀ ବିଜେଡି ସରକାରକୁ ଓପାଡ଼ି ଫିଙ୍ଗିବାକୁ ସେ ଆହ୍ବାନ ଦେଇଛନ୍ତି। ଅମିତ ଶାହ କହିଛନ୍ତି ଯେ ବିଜେପି ସରକାର ଲୋକଙ୍କ ମୌଳିକ ଅସୁବିଧା ଦୂର କରିଛି । ମହିଳାଙ୍କୁ ଗ୍ୟାସ ମିଳିଛି । ୮କୋଟି ଘରେ ଶୌଚାଳୟ ପହଁଚିଛି । ଗରିବଙ୍କ ପାଇଁ ବ୍ୟାଙ୍କ ଆକାଉଂଟ ଖୋଲାଯାଇଛି । ମୋଦୀ ସରକାର ସାରାଦେଶରେ ଗରିବଙ୍କ ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କଲେ । ୨୩ଲକ୍ଷ ବ୍ୟକ୍ତି ଏଥିରେ ଉପକୃତ ହୋଇ ସାରିଲେଣି । କିନ୍ତୁ ଓଡିଶା ସରକାର ମୋଦୀଙ୍କ ଲୋକପ୍ରିୟତା ଭୟରେ ଏହାକୁ ଲାଗୁ କରୁନାହାନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ସମସ୍ତଙ୍କୁ ଆୟୁଷ୍ମାନ୍ ଭାରତ ଯୋଜନାର ଲାଭ ମିଳିବ ବୋଲି ବି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ କହିଛନ୍ତି।

ମୋଦୀ ସରକାରରେ ଦେଶ ସୁରକ୍ଷିତ । ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ କଡ଼ା ଜବାବ ଦିଆଗଲା । ଏହା ହେଉଛି ମୋଦୀଙ୍କ ୫୬ ଇଂଚର ଛାତି । କାଶ୍ମୀର ଭାରତ ମାତାର ମୁକୁଟ । ଏହାକୁ କେହି ନେଇ ପାରିବେ ନାହିଁ  ବୋଲି ଅମିତ ଶାହ କହିଛନ୍ତି।ଏହି ସଭାରେ ବିଜେପିର ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ବିଶ୍ବେଶ୍ବର ଟୁଡୁ , ବିଭିନ୍ନ ବିଧାନସଭା ପ୍ରାର୍ଥୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି।

By amfnews

Related Post