Sun. Oct 18th, 2026

ବିଜେଡି କାଉନ୍‌ସିଲର୍‌ ଲକ୍ଷ୍ମୀଦତ୍ତ ହତ୍ୟା ମାମଲା: ତଦନ୍ତ ଅଧିକାରୀଙ୍କ ପାଖରେ ହାଜର ହେବାକୁ ମାସେ ସମୟ ମାଗିଲେ ଭାଜପା ନେତା ଭୃଗୁ ବକ୍ସିପାତ୍ର

355 Views

ବ୍ରହ୍ମପୁର: ଛତ୍ରପୁର ୬ ନମ୍ବର ଓ୍ଵାର୍ଡର ବିଜେଡି କାଉନ୍‌ସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟନାରେ ସମନ୍‌ ପାଇଥିବା ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ନ ହୋଇ ଶନିବାର ଦିନ ଓକିଲ ଜରିଆରେ ଏକ ମାସ ସମୟ ମାଗିଛନ୍ତି।

ହାଇକୋର୍ଟର ଓକିଲ ପାର୍ଥସାରଥି ନାୟକ ତାଙ୍କ ପକ୍ଷରୁ ଛତ୍ରପୁର ଥାନାର ତଦନ୍ତ ଅଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କ ଆଗରେ ହାଜର ହୋଇ ଟାଇମ୍‌ ପିଟିସନ୍‌ ଦାଖଲ କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ଏକ ମାସ ସମୟ ମାଗିଥିବା କଥା ପିଟିସନ୍‌ରେ ଉଲ୍ଲେଖ କରାଯାଇଛି।

୩୦୧୭ ମସିହା ସେପ୍ଟେମ୍ବର ୧୬ ତାରିଖ ଦିନ କାଉନ୍‌ସିଲର୍‌ ଲକ୍ଷ୍ମୀଧର ପ୍ରଧାନଙ୍କୁ ଦଳେ ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରେ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ଘଟନାରେ ପୁଲିସ ଅଦ୍ୟାବଧି ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏଥିପୂର୍ବରୁ, ଏହି ମାମଲାରେ ସମନ ପାଇଥିବା ବରିଷ୍ଠ ଭାଜପା ନେତା ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ମଧ୍ୟ  ଛତ୍ରପୁର ପୁଲିସ ନିକଟରେ ହାଜର ହୋଇ ନ ଥିଲେ । ଅସୁସ୍ଥତା ଦର୍ଶାଇ ତାଙ୍କ ଓକିଲଙ୍କ ଜରିଆରେ ହାଜର ହେବାକୁ ୧ ମାସ ସମୟ ମାଗିଥିଲେ।

By amfnews

Related Post