Thu. Aug 6th, 2026

ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଶୁଭାରମ୍ଭ

326 Views

ଭୁବନେଶ୍ୱର  : ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ତୃତୀୟ ଅଧ୍ୟାୟ ବୁଧବାର ଆରମ୍ଭ ହୋଇଛି। କ୍ରୀଡ଼ା ଓ ଯୁବ ସେବାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କଳିଙ୍ଗ ଷ୍ଟାଡିୟମଠାରେ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି। ଟାଟା ଷ୍ଟିଲ ଦୁଃସାହସିକ ପ୍ରତିଷ୍ଠାନ ସହଯୋଗରେ ଆୟୋଜିତ ହେଉଥିବା ଏହି ଅଭିଯାନରେ ଚଳିତ ବର୍ଷ ଏଭରେଷ୍ଟ ବିଜୟୀ ଗଣେଶ ଜେନା ସାମିଲ ହୋଇଛନ୍ତି। ଏହି ଅବସରରେ ଅଂଶଗ୍ରହଣକାରୀ ପିଲାଙ୍କ ସହ କ୍ରୀଡ଼ା ସଚିବ ବିଶାଲ ଦେବ ମଧ୍ୟ ଉପସ୍ଥିତ ଥିଲେ।

ଦଳରେ ୫ ଜଣ ବାଳିକାଙ୍କ ସହ ମୋଟ ୧୨ ଜଣ ପର୍ବତାରୋହୀ ଅଛନ୍ତି। ମାନେ ୧୯,୦୯୧ ଫୁଟ ଉଚ୍ଚତା ବିଶିଷ୍ଟ ହିମାଚଳପ୍ରଦେଶର ମାଉଣ୍ଟ୍‌ ରୁଦଗେରା ଆରୋହଣ କରିବେ। ୧୫ ଜଣିଆ ଦଳ ଗୁରୁବାର ଯାତ୍ରା ଆରମ୍ଭ କରି ଅକ୍ଟୋବର ୨ ତାରିଖରେ ପ୍ରତ୍ୟାବର୍ତନ କରିବ। ସୂଚନାଯୋଗ୍ୟ ଯେ ପର୍ବତାରୋହଣକୁ ପ୍ରୋତ୍ସାହନ ଦେବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ପୂର୍ବରୁ ଦୁଇଥର ଅନୁଷ୍ଠିତ ହୋଇ ସାରିଛି। ଏହି ଅଭିଯାନରୁ ଅଭିଜ୍ଞତା ଏବଂ ଉତ୍ସାହ ପାଇ ସ୍ୱର୍ଣ୍ଣଲତା ଦଳେଇ ଏଭେଷ୍ଟେ ଚଢ଼ିବାର ଅନନ୍ୟ ସଫଳତା ଲାଭ କରିଛନ୍ତି।

By amfnews

Related Post