Tue. Sep 29th, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଘରୋଇ ଗାଡିକୁ ଆଉ ପାର୍କିଂ ଫି ଦେବାକୁ ପଡିବନି

260 Views

ଭୁବନେଶ୍ୱର: ଏଣିକି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଘରୋଇ ଗାଡିକୁ ଆଉ ପାର୍କିଂ ଫି ଦେବାକୁ ପଡିବ ନାହିଁ।  ଯଦି ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡିବାର ଥିବ କିମ୍ବା ଆଣିବାର ଥିବ ତେବେ ପାର୍କିଂ ଫି ଦେବାକୁ ପଡିବ ନାହିଁ ବୋଲି ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି।

ଏନେଇ ଡିସେମ୍ବର ୧୦ରୁ ନୂଆ ପାର୍କିଂ ନୀତି ଅଣାଯାଇଛି। ଘରୋଇ ଗାଡି ପାଇଁ କୌଣସି ପିକ୍ ଅପ୍ ଓ ଡ୍ରପ୍ ପାଇଁ କୌଣସି ସମୟ ସୀମା ରହିବନି। ଏଥିସହ ପାର୍କିଂ ଫି କିମ୍ବା ପ୍ରବେଶ ଫି ଆଦାୟ ହେବ ନାହିଁ।

By amfnews

Related Post