Thu. May 14th, 2026

ବିଚ୍‌ ରାସ୍ତାରେ ଛାତ୍ରୀଙ୍କୁ ଉଲଗ୍ନ କରି ଅସଦାଚରଣ ! ଭିଡିଓ ଭାଇରାଲ୍‌ ହେବା ପରେ ତଦନ୍ତ କଲା ପୁଲିସ

295 Views

ପାଟନା: ଆଶ୍ରୟଗୃହରେ ବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା ନେଇ ଚର୍ଚ୍ଚା ନ ଥମୁଣୁ ବିହାରରୁ ପୁଣି ଆସିଛି ଏକ ଲୋମଟାଙ୍କୁରା ଖବର। ସ୍କୁଲ ଛାତ୍ରୀଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ଅସଦାଚରଣ କରାଯାଇଛି। ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଲୋମହର୍ଷକ ଘଟଣା ବିହାରର ସହର୍ସାରେ ଘଟିଛି। ଭିଡିଓରେ ଦେଖିବାକୁ ମିଳିଛି କି ଏକ ଗାଁ ରାସ୍ତାରେ କିଛି ଦୁର୍ବୃତ୍ତ ଏକତ୍ରୀତ ହୋଇ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଅସଦାଚରଣ କରୁଛନ୍ତି। ଅସହାୟ ଅବସ୍ଥାରେ ଛାତ୍ରୀ ଜଣକ କାନ୍ଦି କାନ୍ଦି ବ୍ୟାକୁଳ ଭାବେ ସାହାଯ୍ୟ ଲାଗି ନିବେଦନ କରିଛନ୍ତି।

ସହର୍ସାର ଡେପୁଟି ପୁଲିସ ସୁପରିଟେଣ୍ଡଣ୍ଟଙ୍କ ଅନୁଯାୟୀ ସ୍କୁଲ ଛାତ୍ରୀଙ୍କୁ ଉଲଗ୍ନ କରି ଗଣ-ଅସଦାଚରଣ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ହ୍ଵାଟସଆପ୍‌ରେ ଏହି ଭିଡିଓ ଆସିବା ପରେ ପୁଲିସ ନିଜ ଆଡୁ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା। ଇତି ମଧ୍ୟରେ ପୁଲିସ ପୀଡ଼ିତାଙ୍କୁ ଚିହ୍ନଟ କରିବା ସହିତ ତାଙ୍କୁ ସାହାଯ୍ୟ ଲାଗି ସରକାରୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି ସ୍କୁଲ ଛାତ୍ରୀ ଜଣକ ସାଇକେଲ୍‌ରେ ଯାଉଛନ୍ତି। ଏଇ ସମୟରେ ଦଳେ ଯୁବକ ତାଙ୍କୁ ଅଟକାଇ ରାସ୍ତାର ଗୋଟିଏ କଡକୁ ଟାଣି ନେଉଛନ୍ତି। ଆଉ କିଛି ଯୁବକ ଏହାକୁ ବିରୋଧ କରି ଦୁର୍ବୃତ୍ତଙ୍କ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ମାତ୍ର ଦୁବୃର୍ତ୍ତମାନେ ଛାତ୍ରୀଙ୍କୁ ଧରିପକାଇ ତାଙ୍କ ଓଢଣି କାଢି ନେଉଛନ୍ତି। ଛାତ୍ରୀ ଜଣକ ବିକଳରେ କାନ୍ଦି ଉଠୁଛନ୍ତି।

By amfnews

Related Post