Thu. Sep 24th, 2026

ବିଚ୍ଛିନ୍ନତାବାଦୀ ନେତାଙ୍କ ଘର ସିଲ୍, ଆତଙ୍କବାଦୀ କାର୍ଯ୍ୟକଳାପରେ ଥିଲା ସମ୍ପୃକ୍ତି

240 Views

ନୂଆଦିଲ୍ଲୀ  : କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଆସିଆ ଅନ୍ଦ୍ରାବୀଙ୍କ ଶ୍ରୀନଗର ଘର ଏନଆଇଏ ଆଜି ସିଲ୍ କରିଛି। ବେଆଇନ କାମରେ ଏହି ନେତା ଏବଂ ତାଙ୍କ ଘର ଲିପ୍ତ ଥିବା ଦର୍ଶାଇ ଏନଆଇଏ ଆଜି ରେଡ୍ କରିଥିଲା। ଏହାପରେ ସୃପ୍ତକ୍ତ ଘରକୁ ସିଲ୍ କରିଛି।

ଏହି ରେଡ୍ ବେଳେ ଘର ଭିତରେ କୌଣସି ସର୍ଚ୍ଚ କରାଯାଇନାହିଁ ବୋଲି ଏନଆଇଏ ସ୍ପଷ୍ଟ କରିଛି। ଆତଙ୍କବାଦୀ କାର୍ଯ୍ୟକଳାପ ଚାଲୁଥିବା ଦର୍ଶାଇ ଏହି ଘରକୁ ସିଲ୍ କରାଯାଇଛି ବୋଲି ଏନଆଇଏ କହିଛି। ଏବଂ ବିଦେଶରୁ ଆସୁଥିବା ଟଙ୍କାରେ ଅନ୍ଦ୍ରାବୀ ନିଜ ପାରିବାରିକ ଖର୍ଚ୍ଚ କରୁଥିବା ବେଳେ ବିଛିନ୍ନତାବାଦୀ ଆନ୍ଦୋଳନ ପାଇଁ ପଇସା ଲଗାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ମାସରେ ଏନଆଇଏ ବିଚ୍ଛିନ୍ନତାବାଦୀ ନେତାଙ୍କୁ ନେଇ ଏକ ରିପୋର୍ଟ ଖୁଲାସା କରିଥିଲା। ଯେଉଁଥିରେ ଏହି ବିଚ୍ଛିନ୍ନତାବାଦୀ ନେତା ବିଦେଶରୁ ଟଙ୍କା ଆଣି ନିଜ ପାରିବାରିକ ଖର୍ଚ୍ଚରେ ଲଗାଉଥିଲେ। ଏଥିସହ କଶ୍ମୀରରେ ବିଭିନ୍ନ ସମୟରେ ହେଉଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ପାଇଁ ପଇସା ଯୋଗାଉଥିଲେ ବୋଲି ଏନଆଇଏ କହିଥିଲା।

 

By amfnews

Related Post