Sat. Sep 5th, 2026

ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ

238 Views

କଟକ : କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ବିଏସ୍‌ଏନ୍‌ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍ ଅଫିସର ଚତୁର୍ଥ ମହଲରେ ଏହି  ନିଆଁ ଲାଗିଥିବା ଜଣାପଡ଼ିଛି। ବିଏସ୍‌ଏନ୍‌ଏଲ୍ ଅଫିସର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ସେମାନେ ସମସ୍ତେ ବାହାରକୁ ପଳାଇଆସିଛନ୍ତି।

ନିଆଁ ଲାଗିବା ଯୋଗୁ କଟକରେ ବିଏସ୍‌ଏନ୍‌ଏଲ୍ ସେବା ଠପ୍ ହୋଇଛି। ତିନୋଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି।ଅଫିସରେ ସିଲିଂ ଥିବା ଯୋଗୁ ନିଆଁ ଶୀଘ୍ର ବ୍ୟାପିଯାଉଛି। ଫଳରେ ଅଗ୍ନିଶମ କର୍ମଚାରୀ ଭିତରକୁ ଯିବା କଷ୍ଟକର ହୋଇ ପଡ଼ିଛି। ପାଞ୍ଚରୁ ସାତ ଜଣ କର୍ମଚାରୀ ଅକ୍ସିଜେନ୍‌ ନେଇ  ଭିତରକୁ ଯାଇଛନ୍ତି। ପ୍ରବଳ ଧୁଆଁ  ବାହାରୁଛି। ତୃତୀୟ ମହଲାକୁ ନିଆଁ ବ୍ୟାପି ଯିବାର ଆଶଙ୍କା କରାଯାଉଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଲାଗିଥାଇ ପାରେ ବୋଲି ଅନୁମାନ କରାଯାଉଛି।

By amfnews

Related Post