Mon. Oct 5th, 2026

ବାହୁଡ଼ା ଦେଖି ଫେରିବା ବେଳେ ୧୦ଫୁଟ୍‌ ତଳକୁ ଖସିଲା ବାଇକ୍

203 Views

ମାଲକାନଗିରି : ବାହୁଡ଼ା ଯାତ୍ରା ଦେଖି ଫେରିବା ବେଳେ ମାଲକାନଗିରି ଜିଲ୍ଲା ଚମ୍ଫାଖାରି ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ୍‌ ତଳକୁ ଖସିପଡ଼ିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ବନମାଳୀ ସିକୁଡୁ ଓ ସଞ୍ଜୟ ସିକୁଡୁ। ଆହତ ଶରତ ମାଝିଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଘର ସ୍ଥାନୀୟ ବେଜିଂଗଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ତିନି ଜଣ ବାହୁଡ଼ା ଦେଖି ମାଥିଲିରୁ ଘରକୁ ଫେରୁଥିଲେ। ଏହି ସମୟରେ ଚମ୍ଫାଖାରି ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ  ରାସ୍ତାରୁ ତଳକୁ ଖସିପଡ଼ିଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଆହତ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ଘଟଣାର ତଦନ୍ତ କରୁଛି।

By amfnews

Related Post