Sat. Sep 26th, 2026

ବାହୁବଳୀ ରୂପରେ ନଜର ଆସିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ

312 Views

ନୂଆଦିଲ୍ଲୀ  : ଭାରତ ଗସ୍ତର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟ୍ୱିଟ କରି କହିଛନ୍ତି ଯେ ଭାରତରେ ଥିବା ନିଜ ଘନିଷ୍ଠ ମିତ୍ରଙ୍କୁ ଭେଟିବାକୁ ସେ ଆତୁର ଅଛନ୍ତି | ଏହି ଅବସରରେ ଟ୍ରମ୍ପ ଏକ ଟ୍ୱିଟକୁ ରିଟ୍ୱିଟ କରିଛନ୍ତି | ଏହି ଭିଡିଓରେ ସୁପରହିଟ ଫିଲ୍ମ ବାହୁବଳୀର ଅଭିନେତା ପ୍ରଭାସଙ୍କ ଦୃଶ୍ୟ ସହ ଟ୍ରମ୍ପଙ୍କୁ ଯୋଡାଯାଇଛି | ଏହି ଭିଡିଓରେ ଟ୍ରମ୍ପଙ୍କୁ ବାହୁବଳୀ ଅବତାରରେ ଦେଖିବାକୁ ମିଳିଛି | ଭିଡିଓରେ ଟ୍ରମ୍ପଙ୍କ ସହ ତାଙ୍କ ଝିଅ, ପତ୍ନୀ ଓ ଜ୍ୱାଇଁଙ୍କୁ ମଧ୍ୟ ଦେଖିବାକୁ ମିଳିଛି |

Donald J. Trump

✔@realDonaldTrump

Look so forward to being with my great friends in INDIA! https://twitter.com/solmemes1/status/1231326273894526976 …

Sol 🎬@Solmemes1

To celebrate Trump’s visit to India I wanted to make a video to show how in my warped mind it will go……

USA and India united!

Embedded video

ଆମେରିକା ରାଷ୍ଟ୍ରପତି‌ ଡୋନାଲ୍‌ଡ ଟ୍ରମ୍ପ ୨୪ ତାରିଖରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ୨୪ ତାରିଖରେ ସେ ଅହମ୍ମବାଦ ଏବଂ ତାଜମହଲ ଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ୨୫ ତାରିଖରେ ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଅହମ୍ମବାଦାବ ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଏକ ବିରାଟ ରୋଡସୋ’ରେ ମୋଟେରା ଷ୍ଟାଡିୟମକୁ ଯିବେ। ରାସ୍ତାରେ ତାଙ୍କୁ ବହୁ ସଂଖ୍ୟକ ଲୋକ ସମ୍ବର୍ଦ୍ଧନା ଜ୍ଞାପନ କରିବେ। ଏହାକୁ ନେଇ ଟ୍ରମ୍ପ ନିଜେ ଉତ୍ସାହିତ ‌ଅଛନ୍ତି। ଟ୍ରମ୍ପଙ୍କୁ ‌କୋଟିଏ‌ ଲୋକ ସ୍ବାଗତ କରିବେ। ମୋଦୀ ତାଙ୍କୁ ଏହି କଥା କହିଛନ୍ତି ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି।

By amfnews

Related Post