Sat. May 16th, 2026

ବାହାଘରର କିଛି ଦିନଆଗରୁ ଯୁବତୀକୁ ଅପହରଣ କରି ଗଣଦୁଷ୍କର୍ମ , ମାମଲାରେ ଜଡ଼ିତ ଜଣେ ସ୍କୁଲର ପରିଚାଳକ

222 Views

ଆଗ୍ରା: ଜଣେ ୨୩ ବର୍ଷୀୟ ଯୁବତୀଙ୍କର ବାହାଘର ଠିକ୍‌ ହୋଇଥିଲା। କିନ୍ତୁ ବାହାଘରର କିଛି ଦିନ ଆଗରୁ ତାକୁ ତିନି ଜଣ ଅସାମାଜିକ ଲୋକ ଆଗ୍ରାରେ ଗଣ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୩ ବର୍ଷୀୟା ଯୁବତୀ ଗତ ମଙ୍ଗଳବାର ଦିନ ସକାଳ ସାଢେ ୭ଟା ସମୟରୁ ନିରୁଦ୍ଦିଷ୍ଟ ହୋଇଯାଇଥିଲା। ବହୁ ଖୋଜାଖୋଜି କରି ପାଇବା ପରେ ମଧ୍ୟ ତାକୁ ନ ପାଇବାରୁ ବାଧ୍ୟ ହୋଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। କିନ୍ତୁ ସେହି ଏତଲାକୁ ସେମାନେ ବୁଧବାର ଅପରାହ୍ନ ସାଢେ ୩ଟା ବେଳେ ଫେରାଇ ନେଇଥିଲେ , କାରଣ ଝିଅ ଘରକୁ ଫେରି ଆସିଥିଲା।


ଗୁରୁବାର ସନ୍ଧ୍ୟାରେ ସେହି ୨୩ ବର୍ଷୀୟା ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଲେ ଯେ ତାଙ୍କ ଘର ପାଖରୁ ଅପହରଣ କରାଯାଇଥିଲା ଓ ତିନି ଜଣ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମକାରୀମାନେ ଯୁବତୀଙ୍କ ଦେହରେ ନିଆଁ ବି ଲଗାଇ ଦେଇଥିଲେ,ଯାହାର ଦାଗ ବି ରହିଛି। ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଲା ସେହି ଗାଆଁର ଏକ ସ୍କୁଲର ପରିଚାଳକ ଓ ଅନ୍ୟ ଜଣେ କେବୁଲ ସଂଯୋଗକାରୀ ବୋଲି ଏସପି କହିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସିର ୩୨୩,୩୦୭ଓ ୩୭୬ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ପୁଲିସ ତନଘନା ଚଳାଇଛି।

By amfnews

Related Post