Thu. Jun 4th, 2026

ବାହାଘର ବେଳେ ଡ୍ରାଇଭର୍‌ ଷ୍ଟଣ୍ଟ୍‌ ଦେଖାଇବାରୁ ୮ ବର୍ଷ ପିଲା ଉପରେ ଚଢ଼ିଗଲା ସ୍କର୍ପିଓ

189 Views

ଗାଜିଆବାଦ, ନଭେମ୍ବର ୩୦: ବିଳମ୍ବିତ ବୁଧବାରେ ନନ୍ଦଗ୍ରାମ ଠାରେ ଏକ ବାହାଘର ଭୋଜିରେ ଜଣେ ସ୍କର୍ପିଓ ଗାଡ଼ିର ଚାଳକ ଷ୍ଟଣ୍ଟ୍‌ ଦେଖାଇବା ସମୟରେ ଜଣେ ୮ ବର୍ଷିୟ ବାଳକର ମୃତ୍ୟୁ ଘଟିଛି।

ଅନ୍ୟ ଦୁଇ ଜଣ ବାଳକଙ୍କ ସହ ପିଲାଟି ଷ୍ଟଣ୍ଟ୍‌ ଦେଖିବାକୁ ଯାଇଥିବା କଥା ମୃତ ବାଳକର ପରିବାର କହିଛି। ସ୍ଥାନୀୟ ଲୋକେ ଏକଥା ପୁଲିସରେ କହିବା ପରେ ଅଧିକାରୀମାନେ ଘଟନାସ୍ଥଳକୁ ଯାଇ ସ୍କର୍ପିଓ ଗାଡ଼ିକୁ ଜବତ କରିବା ସହ ଚାଳକ ଶାମସୁଦ୍ଦିନଙ୍କୁ ଗିରଫ କରିଛନ୍ତି।

ପ୍ରତ୍ୟକ୍ଷଦର୍ଶୀମାନେ କହନ୍ତି: ଦ୍ରୁତ ବେଗରେ ଥାଇ ଚାଳକ ହଠାତ୍‌ ମୋଡ଼ ବଦଳାଇବା ସହ ହଠାତ୍‌ ବ୍ରେକ୍‌ କଷି ଗାଡ଼ିର ପଛ ଓ ଆଗ ଅଂଶ ଉପରକୁ ଉଠାଇ ଲୋକମାନଙ୍କର ମନୋରଞ୍ଜନ କରୁଥିଲା।

ବଂଶ ନାମକ ସେ ବାଳକର ନିଜର ଅନ୍ୟ ଦୁଇ ଭାଇଭଉଣୀଙ୍କ ଠାରୁ ବଡ଼ ଏବଂ ତା’ର ବାପା ମୋହନ କୁମାର ଜଣେ ଅଟୋଚାଳକ। ତା’ବାପା କହନ୍ତି: ରଙ୍ଗିନ ସ୍କର୍ପିଓ ଗାଡ଼ିରେ ଡ୍ରାଇଭର ଦେଖାଉଥିବା ଷ୍ଟଣ୍ଟ୍‌ ଦେଖିବାକୁ ବଂଶ ଯାଇଥିଲା। ଅମ୍ବେଦକର ଭବନରେ ଆୟୋଜିତ ଭୋଜିଭାତରେ ମନୋରଞ୍ଜନ କରିବାକୁ ଆସିଥିବା ଡିଜେ ଗ୍ରୁପ୍‌ ସହ ସେ ସ୍କର୍ପିଓ ଡ୍ରାଇଭର୍‌ ସମ୍ପୃକ୍ତ।

ରାତି ପ୍ରାୟ ସାଢ଼େ ୧:୩୦ ବେଳେ ବଂଶ ଉପରେ ସ୍କର୍ପିଓ ଚାପା ହୋଇଥିବା କଥା ଲୋକେ ତା’ର ବାପାମଆଙ୍କୁ କହିଥିଲେ। ତା’ ସାଥିରେ ଥିବା ଅନ୍ୟ ଦୁଇଜଣ ପିଲା ସାମାନ୍ୟ ଆହତ ହୋଇଛନ୍ତି।

ପ୍ରଥମେ ପାଖ ଡାକ୍ତରଖାନା ଓ ପରେ କବି ନଗର ଡାକ୍ତରଖାନାକୁ ନିଆଯିବା ବାଟରେ ବାଳକଟିର ମୃତ୍ୟୁ ଘଟିଥିଲା। ପୁଲିସ ଡ୍ରାଇଭର ଶମସୁଦ୍ଦିନଙ୍କୁ ଗିରଫ କରିଛି।

By amfnews

Related Post