Wed. Jun 10th, 2026

ବାହାଘର ପରେ ରଣଭୀରଙ୍କ ପାଇଁ ଖରାପ ଖବର, ଦିଲ୍ଲୀ ହାଇକୋର୍ଟ୍‌ରେ ରୁଜୁ ହେଲା ମାମଲା

251 Views

ମୁମ୍ବାଇ, ନଭେମ୍ବର ୧୭: ବଲିଉଡ୍‌ ଅଭିନେତା ରଣଭୀର ସିଂହ ଏବେ ଖୁବ୍‌ ଖୁସି। ଖୁସିରେ ତାଙ୍କ ପାଦ ଆଉ ତଳେ ଲାଗୁ ନ ଥିବ। କାରଣ ନିଜ ଭଲପାଇବାକୁ ସାତ ଜନ୍ମ ପାଇଁ ସେ ନିଜର କରିନେଇଛନ୍ତି।

୧୪ -୧୫ରେ ଦୀପିକା ପାଦୁକନଙ୍କୁ ଇଟାଲୀରେ ବିବାହ କରିଛନ୍ତି। ବାହାଘର ପରେ ରିସେପ୍‌ସନ୍‌ ବି ଏ ଯାଏଁ ସରିନି। ଏମିତିକି ରଣଭୀର ନିଜ କନିଆଁ ଦୀପିକାଙ୍କୁ ଧରି ଭାରତ ବି ଆସିନାହାନ୍ତି। ସେପଟେ କିନ୍ତୁ ତାଙ୍କୁ ଓ ତାଙ୍କ ଫ୍ୟାନ୍‌ଙ୍କୁ ଲାଗିଛି ବଡ଼ ଝଟ୍‌କା।

ରଣଭୀର ଆଇନ୍‌ ଜାଲରେ ଫସି ଯାଇଛନ୍ତି। ଏହାର କାରଣ ହେଉଛି ତାଙ୍କର ଆଗାମୀ ଫିଲ୍ମ ‘ସିମ୍ବା’। ‘ସିମ୍ବା’ ଉପରେ କମ୍ପାନୀ କପିରାଇଟ୍‌ ଲାଗିଛି। ଏବେ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ।

‘ସିମ୍ବା’ ଉପରେ ଏକ ବିୟର ବ୍ରାଣ୍ଡ୍‌ ଟ୍ରେଡ୍‌ ମାର୍କ ଉଲଙ୍ଘନ ହୋଇଥିବା ଅଭିଯୋଗ ଆଣି ଲିଗଲ୍‌ ନୋଟିସ୍‌ ପଠାଯାଇଛି।

ଛତିଶଗଡ଼ର ଏହି କମ୍ପାନୀ ଲିଗଲ୍‌ ନୋଟିସ୍‌ରେ ଫିଲ୍ମର ଟାଇଟେଲ୍‌ ଉପରେ ପ୍ରଶ୍ନ ଉଠାଇଛନ୍ତି। କମ୍ପାନୀର କହିବା ଅନୁଯାୟୀ ‘ସିମ୍ବା’ ନାଁରେ ସେମାନେ ବିୟର ଓ ନନ୍‌ ଆଲ୍‌କହଲିକ୍‌ ପାନୀୟ ବିକ୍ରି କରିଥାନ୍ତି। ତେଣୁ ‘ସିମ୍ବା’ର ନିର୍ମାତା  ଫିଲ୍ମର ନାଁ ପ୍ରସ୍ତୁତ କରିବାରେ କପିରାଇଟ୍‌ର ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

କମ୍ପାନୀର କହିବା ଅନୁଯାୟୀ ସେ ଏହି ନାଁର ବ୍ୟବହାର ୨୦୧୫ରୁ କରୁଛନ୍ତି। କିନ୍ତୁ ଫିଲ୍ମ ନିର୍ମାତାଙ୍କ ତରଫରୁ ଫିଲ୍ମ ତିଆରି କରିବାକୁ ଏମିତି କିଛି ଅନୁମତି ନିଆ ଯାଇନାହିଁ।

ରୋହିତ୍‌ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିମ୍ବା’ରେ ରଣଭୀର ସିଂହଙ୍କ ଛଡ଼ା ସାରା ଅଲ୍ଲୀ ଖାନ୍‌ ଲିଡ୍‌ ଚରିତ୍ରରେ ଅଭିନୟ କରୁଛନ୍ତି।

By amfnews

Related Post