Fri. May 22nd, 2026

ବାଳାଶ୍ରମରୁ ନାବାଳିକା ଗାଏବ

282 Views

ପୁରୀ, ନଭେମ୍ବର ୨୨: ବୁଧବାର ସନ୍ଧ୍ୟାରେ ନରେନ୍ଦ୍ରକୋଣସ୍ଥିତ ଉତ୍କଳ ବାଳାଶ୍ରମରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ବାଳାଶ୍ରମର ସୁପରିଟେ‌ଣ୍ଡେଣ୍ଟ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଅପହରଣ ପ୍ରଚ୍ଛଦପଟରେ ପ୍ରେମ ନାଟକ ରହିଥିବା ଚର୍ଚ୍ଚା ହେଉଛି।

ଖବର ନେବାରେ ଜଣାପଡ଼ିଛି ଯେ କୁମ୍ଭାରପଡ଼ା ଥାନା ଇଲାକାରେ ରହୁଥିବା ଜଣେ ନାବାଳିକାଙ୍କୁ ଗତକାଲି ଉତ୍କଳ ବାଳାଶ୍ରମ‌ରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସନ୍ଧ୍ୟାରେ ସେ ଏଠାରୁ ଗାଏବ ହୋଇ ଯାଇଥିଲେ। ଏହା ଜଣାପଡ଼ିବା ପରେ ବାଳାଶ୍ରମ କର୍ତ୍ତୃପକ୍ଷ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ତେବେ ଏହି ନାବାଳିକାଙ୍କୁ ଯୋଜନାବଦ୍ଧ ଭାବେ କୁମ୍ଭାରପଡ଼ା ଥାନା ଇଲାକାର ଜଣେ ଯୁବକ ଅପହରଣ କରିଥିବା ନେଇ ଆଲୋଚନା ହେଉଛି। ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଥିବା ଏହି ବାଳାଶ୍ରମରୁ ନାବାଳିକା ଜଣକ କିପରି ଗାଏବ ହୋଇଗଲା ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

By amfnews

Related Post