Sun. Sep 6th, 2026

ବାଲେଶ୍ବର-ମୟୂରଭଞ୍ଜ ସୀମାନ୍ତ ଡକାୟତି ଘଟଣା : ୨ ମାଷ୍ଟରମାଇଣ୍ଡ ସମେତ ୫ ଗିରଫ

304 Views

ରେମୁଣା, ଜାନୁଆରୀ୨୮ : ମୟୂରଭଂଜ-ବାଲେଶ୍ବର ଜିଲ୍ଲା ସୀମାନ୍ତବର୍ତ୍ତୀ ରେମୁଣା ଥାନା ଅଧୀନ ରାଉତରାୟପୁର ଗ୍ରାମର ସୁଶାନ୍ତ ମାହାର୍ଣ୍ଣାଙ୍କ ଘରୁ ମଙ୍ଗଳବାର ରାତିରେ ହୋଇଥିବା ଡକାୟତି ଘଟଣାର ପର୍ଦ‌ାଫାସ୍‌ ହୋଇଛି। ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ‌

ଗିରଫ ଅଭିଯୁକ୍ତମାନେ ହେଲେ; କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟମୁଣ୍ଡାଇ ଅଂଚଳର ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଓରଫ୍‌ ସଂଜୟ ମଲ୍ଲିକ (୩୨), ରେମୁଣା ଥାନା ବିଦ୍ୟାଧରପୁର ଗ୍ରାମର ଅଭି ଓରଫ୍‌ ଅଭିରାମ ଦଳେଇ (୨୮), ନୂଆପାଢ଼ୀ ଅଂଚଳର ରୋଳା ଓରଫ୍‌ ଅଜିତ୍‌ କୁମାର ପରିଡ଼ା (୨୩), ଚାନ୍ଦିପୁର ଥାନା ଝଗଡ଼ପାଢ଼ୀ ଗ୍ରାମର କୁନ୍‌ମୁନ୍‌ ଓରଫ୍‌ ରାଜେଶ କୁମାର ସାହୁ (୨୬) ଓ ଭୋଗରାଇ ଥାନା ପଳାସିଆ ଗ୍ରାମର ଇଂଜିନିୟିଂ ଛାତ୍ର ଭିକି ଓରଫ୍‌ ସୌମ୍ୟରଂଜନ ଗିରି (୧୯)।

ଗିରଫ ବେଳେ ପୁଲିସ୍‌  ୩ ଲକ୍ଷ ଟଙ୍କାର ଅଳଙ୍କାର ଜବତ କରିଛି। ଏହି ଘଟଣାରେ ସମ୍ପୂର୍ଣ୍ଣ ୮ ଜଣ ଯୁବକ ସମ୍ପୃକ୍ତ ଥିବା ବେଳେ ଏବେ ଆହୁରି ୩ ଜଣ ଫେରାର୍‌ ଅଛନ୍ତି।

By amfnews

Related Post