Tue. Sep 29th, 2026

ବାରମୂଳାରେ ଏନ୍‌କାଉଣ୍ଟ୍‌ର୍‌ ଯୋଗୁଁ ୨ ଆତଙ୍କବାଦୀ ନିହତ, କମ୍ବିଙ୍ଗ୍‌ ଅପରେସନ୍‌ ଚାଲିଛି

261 Views

ଶ୍ରୀନଗର, ଡିସେମ୍ବର ୧୩ : ବୁଧବାର ଦିନ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର୍‌ ଯୋଗୁଁ ବାରମୂଳାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାର ସୋପୋର ଅନ୍ତର୍ଗତ ବ୍ରଥକଲନ-ଗୁଣ୍ଡ୍‌ ମହଲା ଠାରେ ଗୁଳି ବିନିମୟ ଘଟିଥିଲା। ସେଠାରେ ଆତଙ୍କବାଦୀମାନେ ଛପିଥିବା ସୂଚନା ପାଇବା ପରେ ସୋପୋର୍‌ର ବ୍ରଥକଲନ ଅଞ୍ଚଳରେ ନିରାପତ୍ତା ବଳ କର୍ଡନ୍‌ ଏବଂ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା ବୋଲି ପୁଲିସ କହିଛି। ପରେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା।

By amfnews

Related Post