Sat. Sep 26th, 2026

ବାପାଙ୍କ ନିଷ୍ପତ୍ତି ଭୁଲ୍ ଥିଲା: ସମ୍ବିତ

265 Views

ଭୁବନେଶ୍ୱର : “ବିଜେପିରେ ମିଶିବା ବାପାଙ୍କର ଭୁଲ୍ ନିଷ୍ପତ୍ତି ଥିଲା। ଦୁର୍ବଳ ମୁହୂର୍ତ୍ତରେ ସେମାନେ ବାପାଙ୍କୁ ଡାକି ବିଜେପିରେ ମିଶାଇଥିଲେ। ମୁଁ  ଅଟକାଇବାକୁ ଚେଷ୍ଟା କରିଥିଲି ଓ ମନା ମଧ୍ୟ କରିଥିଲି। ହେଲେ ସେ ମାନି ନ ଥିଲେ, ବିଜେପିରେ ମିଶିଥିଲେ”। ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କ ପୁଅ ସମ୍ବିତ ରାଉତରାୟ ଏହି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, “ବାପାଙ୍କ ମନ ଓ ପ୍ରାଣ ବିଜୁବାବୁଙ୍କର। ତେଣୁ ସେ ଅନ୍ୟ କୌଣସି ଦଳକୁ ଗଲେ ସହଜ ଅନୁଭବ କରି ପାରିବେ ନାହିଁ। ବାପା ରାଗରେ ଏହି ନିଷ୍ପତ୍ତି ନେଇଥିଲେ। ବିଜେପିର ଆଦର୍ଶ ବାପାଙ୍କ ଆଦର୍ଶଠୁ ସମ୍ପୂର୍ଣ୍ଣ ଅଲଗା।”

ଦାମ ରାଉତ ବିଜେଡିକୁ ଫେରିବା ପ୍ରସଙ୍ଗରେ ସମ୍ବିତ କହିଛନ୍ତି,“ ଏହି କଥା ସମୟ କହିବ। ଆଗାମୀ ଦିନରେ ପରିବର୍ତ୍ତନ ହୋଇପାରେ। ଆମେ ଭବିଷ୍ୟତକୁ ଅପେକ୍ଷା କରିବା। ଯଦି ନେତୃତ୍ୱ ଚିନ୍ତା କରିବେ, ତାଙ୍କର ଆବଶ୍ୟକତା ଅଛି,ସେତେବେଳେ  ନିଷ୍ପତ୍ତି ନିଆଯିବ।” ସୂଚନାଯୋଗ୍ୟ, ଦଳରେ ଅଲୋଡ଼ା ହୋଇପଡ଼ିଥିବା ଅନୁଭବ କରି ଦାମ ବିଜେପିରୁ ଇସ୍ତଫା ଦେଇଥିବା କହିଛନ୍ତି।

By amfnews

Related Post