Mon. Oct 5th, 2026
258 Views

ଆସିକା : ଜନ୍ମଦାତା ବାପା ଯଦି ହତ୍ୟାକାରୀ ସାଜେ, ତା’ ହେଲେ ସେ ପିଶାଚ ଓ ସଇତାନଠୁ କୌଣସି ଗୁଣରେ କମ୍ ନୁହେଁ। ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କେରିକେରିଝୋଳା ଗାଁରେ। ମୃତକ ହେଲେ ପିଣ୍ଟୁ ଗୌଡ଼। ପୁଲିସ୍‌ ତାଙ୍କ ବାପା ତଥା ଅଭିଯୁକ୍ତ ଶିବ ଗୌଡ଼କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ବାପାପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଶିବ ଉତ୍ତ୍ୟକ୍ତ ହୋଇ କାଠ ଫାଳିଆରେ ପୁଅକୁ ପିଟିପିଟି ହତ୍ୟା କରିଥିଲେ। ଶେରଗଡ଼ ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

By amfnews

Related Post