Fri. Apr 24th, 2026

ବାତ୍ୟା ‘ବୁରେଭି’ ଯୋଗୁଁ ତାମିଲନାଡ଼ୁ‌ରେ ପ୍ରବଳ ବର୍ଷା, ୭ ମୃତ

262 Views

ଚେନ୍ନାଇ : ବାତ୍ୟା‌ ‘ବୁରେଭି’ ଦୁର୍ବଳ ହୋଇ ଲଘୁଚାପର ରୂପ ନେବାପରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହୋଇଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ତାମିଲନାଡ଼ୁରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପ୍ରତ୍ୟେକ ମୃତକଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତଦାରଖ ପାଇଁ ୧୧ ବରିଷ୍ଠ ମନ୍ତ୍ରୀ ନିୟୋଜିତ ହୋଇଛନ୍ତି।

ସରକାରୀ ତଥ୍ୟ ଅନୁଯାୟୀ ବୁରେଭି ଯୋଗୁଁ ପ୍ରାୟ ୨ ହଜାର ଘର ଆଂଶିକ ନଷ୍ଟ ହୋଇଯାଇଛି। ଗାଈ ହରାଇଥିବା ଚାଷୀଙ୍କୁ ମଧ୍ୟ ସରକାର କ୍ଷତିପୂରଣ ଦେବେ। ଗାଈ ରଖିଥିବା ବ୍ୟକ୍ତି ପ୍ରତି ଗାଈ ପିଛା ୩୦ ହଜାର ଟଙ୍କା କ୍ଷତିପୂରଣ ପାଇବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବାତ୍ୟା ଯୋଗୁଁ ତାମିଲନାଡ଼ୁର ଦକ୍ଷିଣ ଉପକୂଳ ସ୍ଥିତ ବିଭିନ୍ନ ଅଞ୍ଚଳ ଗୁଡ଼ିକ ଜଳମଗ୍ନ ହୋଇଯାଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟ ପାଇଁ ଉଭୟ ଏନ୍‌ଡିଆରଏଫ୍‌ ଏବଂ ଭାରତୀୟ ସେନା ମୁତୟନ ହୋଇଛନ୍ତି। କେରଳରେ ବର୍ଷା ପ୍ରଭାବିତ ଲୋକଙ୍କୁ ଆଶ୍ରୟ ଦେବାପାଇଁ ୨ ହଜାରରୁ ଅଧିକ ରିଲିଫ୍‌ ଶିବିର ପ୍ରତିଷ୍ଠା ହୋଇଛି।

By amfnews

Related Post