Sat. Jun 13th, 2026

ବାତ୍ୟା ‘ନିସର୍ଗ’ ଯୋଗୁଁ ଆଜି ମୁମ୍ବାଇ ବିମାନ ବନ୍ଦର ମାତ୍ର ୧୯ ବିମାନ ଚଳାଚଳ କରାଇବ

229 Views

ମୁମ୍ବାଇ: ସାମୁଦ୍ରିକ ବାତ୍ୟା ‘ନିସର୍ଗ’ଜନିତ ଅନିଶ୍ଚିତ ପାଗ ‌ଯୋଗୁଁ ଆଜି ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ମାତ୍ର ୧୯ଟି ବିମାନ ଚଳାଚଳ କରାଇବ। ବିମାନବନ୍ଦରରୁ ୧୧ଟି ବିମାନ ଯାତ୍ରା କରିବ ଏବଂ ୮ଟି ବିମାନ ଅବତରଣ କରିବ। ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ‘ନିସର୍ଗ’ ଆଜି ମଧ୍ୟାହ୍ନ ଆଡ଼କୁ ମହାରାଷ୍ଟ୍ରରେ ସ୍ଥଳଭାଗକୁ ପ୍ରବେଶ କରିପାରେ।

ଆଜି ବିମାନ ଚଳାଚଳ କରାଉଥିବା ୫ଟି ଏୟାର୍‌ଲାଇନ୍‌ ହେଉଛନ୍ତି: ଏୟାର୍ ଏସିଆ ଇଣ୍ଡିଆ, ଏୟାର୍ ଇଣ୍ଡିଆ, ଇ‌ଣ୍ଡଗୋ, ଗୋଏୟାର୍ ଏବଂ ସ୍ପାଇସ୍ ଜେଟ୍। ମଙ୍ଗଳବାର ଦିନ ମୁମ୍ବାଇରୁ ଯାତାୟାତ କରିବାକୁ ଥିବା ୨୦ଟି ବିମାନରୁ ୧୭ଟି ବିମାନ ଉଡ଼ାଣ ବାତିଲ କରିଥିଲା ଇଣ୍ଡିଗୋ।

ବାତ୍ୟା ଯୋଗୁଁ ବିମାନ ଉଡ଼ାଣ ସଂକ୍ରାନ୍ତ ପରିବର୍ତ୍ତନ ସୂଚନା ଯାତ୍ରୀମାନଙ୍କୁ ଦିଆ ସରିଛି। ଏଠାରେ ସୂଚାଇ ଦିଆଯାଇ ପାରେ ଯେ ମେ ୨୫ ତାରିଖ ଠାରୁ ମୁମ୍ବାଇ ବିମାନ ବନ୍ଦରରୁ ଦୈନିକ ୨୫ଟି ଉଡ଼ାଣ କରୁଛି ଏବଂ ୨୫ଟି ବିମାନ ଅବତରଣ କରୁଛି।

By amfnews

Related Post